www.samajalive.in
Saturday, December 13, 2025
26.1 C
Bhubaneswar

୧୨ଟି ନାଗ ସାପକୁ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଲେ ସ୍ନେକ ହେଲ୍ପଲାଇନ ସଦସ୍ୟ

କଲମପୁର: ନାଗ ସାପ କାମୁଡାରେ ଜୟପାଟଣା ଅଂଚଳର ଜଣକର ମୃତ୍ୟୁ ହେଇ ସାରିଥିବା ବେଳେ କଲମପୁର ଦୁଲକିବନ୍ଧର ନାଗସାପ କାମୁଡାରେ ଆକ୍ରାନ୍ତ ଜଣେ ବ୍ୟକ୍ତି ଚିକିତ୍ସିତ ହେଇ ସୁସ୍ଥ ହେଇଛନ୍ତି। କଳାହାଣ୍ଡିର କଲମପୁର ଅଂଚଳ ସମେତ ଜୁନାଗଡ଼, ଜୟପାଟଣା ଅଂଚଳରେ ରିତିମତ ନାଗ ସାପର ପ୍ରଭାବ ଦେଖିବାକୁ ମିଳୁଛି। ବହୁ ନାଗ ସାପକୁ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ଅଂଚଳରେ ଛାଡୁଛନ୍ତି ଯାହାରି ଫଳରେ ଉଭୟ ସାପ ଏବଂ ମାନବ ଜୀବନ ସୁରକ୍ଷିତ ରହି ପାରୁଛି।

ଗତ ସୋମବାର ଦିନ ଜୁନାଗଡ଼ ସହରର ଶଙ୍କର ହାର୍ଡୱେର ମାଲିକ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ଘରରୁ ଏକକାଳୀନ ୧୦ ଗୋଟି ଛୁଆ ନାଗ ସାପକୁ ଦାସିଗାଁ ଠାରେ ରହୁଥିବା ସ୍ନେକ ହେଲ୍ପଲାଇନ ସଦସ୍ୟ ବିରେନ୍ଦ୍ର କୁମାର ସାହୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରବର୍ତି ସମୟରେ ପୁଣି ପଣ୍ଡରାପଲାର ସନ୍ଥ ମାଝୀଙ୍କ ଘରରୁ ଅନ୍ୟ ଏକ ନାଗ ସାପକୁ ଉଦ୍ଧାର କରିଥିଲେ। ମଙ୍ଗଳବାର ସକାଳେ ଚିଲିଗୁଡା ଗ୍ରାମର ପ୍ରେମଚନ୍ଦ ବିହାରଙ୍କ ଘରରୁ ପ୍ରାୟ ସଢେ ଛଅ ଫୁଟ ଲମ୍ବ ବିଶିଷ୍ଟ ଏକ ବିରାଟକାୟ ନାଗ ସାପକୁ ଉଦ୍ଧାର କରିଥିଲେ। ଏହାପରେ ଉଦ୍ଧାର ହେଇଥିବା ସମସ୍ତ ନାଗ ସାପକୁ କଲମପୁର ନିକଟସ୍ଥ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories