www.samajalive.in
Saturday, December 13, 2025
21.1 C
Bhubaneswar

ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ପ୍ରତିବାଦ

ଭୁବନେଶ୍ବର: ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବୀରେ ମଙ୍ଗଳବାର ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତ ୩ ଛାତ୍ରୀଙ୍କୁ ଅବିଳମ୍ବେ ଗିରଫ, ଶିକ୍ଷାନୁଷ୍ଠାନଗୁଡିକୁ ରାଗିଂମୁକ୍ତ କରିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି କାର୍ଯ୍ୟକାରୀ କରିବା, ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଜଷ୍ଟିସ ପଶାୟତଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା, ଆରକେ ରାଘବନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ଆଦି ଦାବୀ କରି ଭାରତର ଛାତ୍ର ଫେଡେରେସନ(ଏସ୍ଏଫ୍ଆଇ) ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରସନ( ଡିୱାଇଏଫ୍ଆଇ) ପକ୍ଷରୁ ବିକ୍ଷୋଭ କରାଯାଇଛି। ମାଷ୍ଟର କ୍ୟାଣ୍ଟିନଠାରେ ଡିୱାଇଏଫ୍ଆଇ ରାଜ୍ୟ ସଭାପତି ସରୋଜ ନାୟକଙ୍କ ସଭାପତିତ୍ବରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଡିୱାଇଏଫ୍ଆଇ ରାଜ୍ୟ ସଂପାଦକ ଯତୀନ୍ ମହାନ୍ତି, ଏସ୍ଏଫ୍ଆଇ ରାଜ୍ୟ ସାଂଗଠନିକ କମିଟି ସଭ୍ୟ ବିକାଶ ନାଥ, ଛାତ୍ର ନେତା ଷ୍ଟାଲିନ ଟିଟନ ଲେଙ୍କା, ସ୍ମୃତି ସୁରଞ୍ଜକ ଯେନା, ରାଜ କୁମାର ରଇତ, ଦାମ ଡିବା , ବିରାଧ ସିଂହ, ଅନନ୍ତ ମଙ୍ଗରାଜ, ସହୀଦ ଅନୱାର, ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ(ଏମ) ନେତା ପ୍ରଭାତ ପାଣିଗ୍ରାହୀ, ପବିତ୍ର ଇନ୍ଦ୍ରଜିତ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ । ରୂଚିକା ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜୋରଦାର ହେବ ବୋଲି ଯୁବ ଛାତ୍ରମାନେ ଚେତାବନୀ ଦେଇଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories