www.samajalive.in
Saturday, December 13, 2025
26.1 C
Bhubaneswar

ବାପାମା’ ଛେଉଁଣ୍ଡ ୩ ଅସହାୟଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକସଦର ପଞ୍ଚାୟତର ଦାଣ୍ଡିଆ ସାହିର ବାପା ମାଆ ଛେଉଁଣ୍ଡ ୩ ଜଣ ଅସହାୟଙ୍କ ସମସ୍ୟା ବିଷୟରେ ‘ସମାଜ’ ଖବରକାଗଜରେ ପ୍ରକାଶ ପାଇବା ପରେ ଆଜି ଜିଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ମାନେ ଆସି ତିନି ଜଣ ଅସହାୟଙ୍କୁ ଉଦ୍ଧାର କରି ରାୟଗଡା ନେଇଥିବା ଦେଖିବାକୁ ମିଳିଛି। ଆଜି ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବିଡ଼ିଓ ତାପସ କୁମାର ଭୋଇ, ଶିଶୁ ସୁରକ୍ଷା ଜିଲା ସଂଯୋଜକ ରତନେଶ୍ୱର ସାହୁ, (ସିଡିପିଓ) ସମନ୍ୱିତ ଶିଶୁ ବିକାଶ ଯୋଜନାର ଭାରପ୍ରାପ୍ତ ନଳିନୀ ବୈରାଗୀ, ସରପଞ୍ଚ ଗୌତମ ବାର୍ଲି, ଶିଶୁ ସୁରକ୍ଷା ବ୍ଲକ ସଂଯୋଜକ ରଞ୍ଜନ କୁମାର ରାଉତ, (ଓଏଲେଏମ) ଓଡିଶା ଜୀବିକା ମିଶନର ବିପିଏମ କଳ୍ପତରୁ ବେହେରା, ଅଙ୍ଗନବାଡି ସେକ୍ଟର ସୁପରଭାଇଜର ଉଷାରାଣୀ ସାହୁ ପ୍ରମୁଖ ଉକ୍ତ ସାହିକୁ ଯାଇ ତିନି ଜଣ ଅସହାୟ ଶିଶୁ ଓ ସାହି ଲୋକଙ୍କୁ ବହୁତ ବୁଝା ସୁଝା କରିବା ପରେ ତିନି ଅସହାୟ ଝିଅଙ୍କୁ ନେଇଥିଲେ। ଏହି ପରିବାରରେ ବାପା ମୃତ୍ୟୁ ପରେ ମାଆ ପରିବା ବିକି ପିଲାଙ୍କୁ ପୋଷିବା ସହ ପାଠ ମଧ୍ୟ ପଢ଼ାଇ ଆସୁଥିଲେ। ପରେ ମା ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ଏହି ତିନି ଜଣ ଶିଶୁଙ୍କୁ ସାହି ପଡିଶା ଲୋକମାନେ ଯାହା ଦେଲେ ତାହା ଖାଇ ଭାଗ୍ୟକୁ ଆଦରି ପଡି ରହିଥିଲେ। ଏହି ଖବର ପ୍ରସାରିତ ହେବାପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଆସି ନେଇଥିବା ଦେଖିବାକୁ ମିଳିଛି। ସେହିଠାରେ ଶିଶୁମାନେ ରହି ପାଠ ପଢି ନିଜ ଭାଗ୍ୟ ଗଢି ପାରିବେ ବୋଲି ସାହିରେ ଆଲୋଚନା ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories