www.samajalive.in
Saturday, December 13, 2025
26.1 C
Bhubaneswar

ଘରେ ଅସରପା ହେଉଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ, ମିଳିବ ମୁକ୍ତି

ବର୍ଷାଦିନ ଆସିଲେ ଆମ ଚାରିପାଖରେ ମାଛି, ମଶା, ଅସରପା ଏବଂ କୀଟପତଙ୍ଗଙ୍କ ସଂଖ୍ୟା ବହୁଗୁଣିତ ହୋଇଯାଏ। ମଶା ମାଛିଙ୍କ ସହ ମଣିଷ ହୁଏତ ଲଢିପାରେ, କିନ୍ତୁ ଅସରପା ଦେଖି ସମସ୍ତେ ଥରେ ହେଉ ପଛେ ଭୟଭୀତ ତ ହୁଅନ୍ତି। ତେପେ ଗରମ ଦିନେ ମଧ୍ୟ ଅସରପାଙ୍କ ପ୍ରାଦୁର୍ଭାବ ଦେଖା ଦେଇଥାଏ। ଅସରପା ମଇଳା ସହ ରୋଗ ମଧ୍ୟ ବିସ୍ତାର କରନ୍ତି। ଯଦିଓ ଘରର ପ୍ରତ୍ୟେକ କୋଣରେ ଅସରପା ଦେଖା ଯାଆନ୍ତି, କିନ୍ତୁ ବିଶେଷ କରି ରୋଷେଇ ଘରେ ଏମାନେ ଅଧିକ ନଜର ଆସନ୍ତି।

ପ୍ରାୟତଃ ଲୋକେ ଅସରପାଠାରୁ ମୁକ୍ତି ପାଇବା ପାଇଁ କିମ୍ବା ସେମାନଙ୍କୁ ସଂପୂର୍ଣ୍ଣଭାବେ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରନ୍ତି। ବଜାରକୁ ଯାଇ ସେମାନଙ୍କୁ ମାରିବା ପାଇଁ ଔଷଧ ମଧ୍ୟ ଆଣିଥାନ୍ତି। କିନ୍ତୁ କିଛି ଦିନ ପରେ ଘରେ ପୁଣି ଅସରପାମାନେ ଦେଖା ଯାଆନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପଚାର ଆଣିଛୁ। ଯାହାକୁ ବ୍ୟବହାର କଲେ ଅସରପାମାନେ ପଳାଇଯିବେ ଏବଂ ଏହା ଘରର ଲୋକଙ୍କ ଉପରେ କୌଣସି କୁପ୍ରଭାବ ମଧ୍ୟ ପକାଇବ ନାହିଁ ।

- Advertisement -

ଆୟୁର୍ବେଦରେ ଲବଙ୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂଜା-ପାଠ, ଔଷଧ ଓ ଖାଦ୍ୟର ସ୍ବାଦ ବଢାଇବା ପାଇଁ ଏହା ବିଶେଷ ଭାବେ ସହାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି ଅସରପାଠାରୁ ମୁକ୍ତି ଦେବାରେ ମଧ୍ୟ ଲବଙ୍ଗ ସାହାଯ୍ୟ କରିଥାଏ। ଲବଙ୍ଗର କଡ଼ା ବାସ୍ନାରେ ଅସରପାମାନଙ୍କୁ ଘଉଡ଼ାଇ ହେବ।

ଘରର ପ୍ରତ୍ୟେକ କୋଣରେ ଲବଙ୍ଗ ରଖନ୍ତୁ । ରୋଷେଇ ଘରଠାରୁ ଆରମ୍ଭ କରି କୋଠରୀର ପ୍ରତ୍ୟେକ କୋଣରେ ଅଳ୍ପ କିଛି ଲବଙ୍ଗ ରଖିବା ପରେ ଆପଣ ଦେଖିବେ ଯେ ଏହାର ବାସ୍ନାରେ ଅସରପାମାନେ ଦୂରେଇଯିବା ଆରମ୍ଭ କରିବେ।

ତେବେ ପ୍ରତିଦିନ ସେଗୁଡିକୁ ବଦଳାଇବାକୁ ପଡିବ। ଏଥିସହ ସେହି ସ୍ଥାନଗୁଡ଼ିକୁ ମଧ୍ୟ ଭଲଭାବେ ସଫା କରିବାକୁ ପଡିବ। ଯଦ୍ବାରା ଥରେ ଗଲା ପରେ ଅସରପାମାନେ ମଇଳା ଦେଖି ପୁଣି ପରେ ଫେରିବେ ନାହିଁ । କିଚଛିଦିନ ଏପରି କରିବା ପରେ ଆପଣ ଦେଖିବେ ଯେ ଘରେ ଆଉ ଅସରପାଙ୍କ ଚିହ୍ନ ବର୍ଣ୍ଣ ରହିବ ନାହିଁ।

ଆଉ କିଛି ଘରୋଇ ଉପାୟ –

. ଅସରପାକୁ ଘଉଡ଼ାଇବା ପାଇଁ ତେଜପତ୍ରର ବ୍ୟବହାର କରନ୍ତୁ।

. କିରୋସିନ ତେଲ ଦ୍ବାରା ମଧ୍ୟ ଅସରପାଠୁ ମୁକ୍ତି ମିଳି ପାରିବ।

. ବେକିଂ ପାଉଡର ଓ ଚିନି ମିଶାଇ ରଖିଲେ ଅସରପା ପଳାଇଯିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories