www.samajalive.in
Tuesday, December 9, 2025
17.1 C
Bhubaneswar

ହେରାପଞ୍ଚମୀ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁରବ୍ଲକରେ ହୋଇଥିବା ରଥଯାତ୍ରା ର ଚତୁର୍ଥ ଦିବସରେ ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ଓ ହେରାପଞ୍ଚମୀ ଦେଖିବାକୁ ଭକ୍ତଙ୍କ  ପ୍ରବଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ତିନି ଦିଅ ମାଉସୀ ମା  ବା ଗୁଣ୍ଡିଚାମନ୍ଦିରରେ ରହି  ଶ୍ରୀ ଜଗନ୍ନାଥ ମତ୍ସ୍ୟ ,କଚ୍ଛପ, ବରାହ ଅବତାର ପରେ ଆଜି ହେରାପଞ୍ଚମୀ ଅବସରରେ ନୃସିଂହ ଅବତାର ଧାରଣ କରିଛନ୍ତି ।ସେବାୟତ ମାନେ ସକାଳୁ ରୀତିନୀତି ଅନୁଯାୟୀ ଧୂପ ଦୀପ, ମଙ୍ଗଳ ଆଳତି କରି ଶ୍ରୀ ଜୀଉଙ୍କୁ ବଳଭଦ୍ର ,ସୁଭଦ୍ରା, ପତିତପାବନଙ୍କୁ  ସୁସଜିତ କରିବା ପରେ ଜଗନ୍ନାଥଙ୍କୁ ନୃସିଂହ ଅବତାରରେ ସୁସଜିତ କରିଥିଲେ ।
ନୈବେଦ୍ୟ ,ଧୂପଦୀପ କରିବା ପରେ ଦୁଆର ଫିଟାଯାଇଥିଲା ।ଏ ଅବସରରେ  ସନ୍ଧ୍ୟାରେ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସି  ଶ୍ରୀ ଜଗନ୍ନାଥଙ୍କ ସହ ବଚନୀକା ମଧ୍ୟରେ କଳି କରି ରଥ ଭାଙ୍ଗି ବଡ ପଣ୍ଡା ବାପିନ କୁମାର ମିଶ୍ର (ଲାରା)ଙ୍କୁ ଏକ ଖମ୍ବରେ ବାନ୍ଧି ରାଗରେ ପୁଣି ଶ୍ରୀ ମନ୍ଦିରକୁ ଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ ଲାଗିରହିଥିବା ଦେଖିବାକୁ ମିଳିଛି । ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସମାରୋହ ପରିବେଷଣ କରାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories