www.samajalive.in
Saturday, December 13, 2025
18.1 C
Bhubaneswar

ଭଲ ହୃଦୟ, ଉତ୍ତମ ମଣିଷ ତିଆରି କରେ : ଜିଗ୍‌ମେ ରିନ୍‌ପୋଚେ

ଭୁବନେଶ୍ୱର : ଭଲ ହୃଦୟ ଜଣେ ଉତ୍ତମ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦେଶକ ଗେତ୍ରୁଲ୍‌ ଜିଗ୍‌ମେ ରିନ୍‌ପୋଚେ କହିଛନ୍ତି। ସୋମବାର କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରିନ୍‌ପୋଚେ କହିଲେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତାର ପଛରେ ଅନେକ ଲୋକଙ୍କ ଅବଦାନ ରହିଛି। ଆଗାମୀ ଦିନରେ ସେହିମାନଙ୍କ ପ୍ରତି କୃତଜ୍ଞ ରହିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାନସିକ ବିକାଶ ସହ ଆମକୁ ଆମ ହୃଦୟର ବିକାଶ କରିବାକୁ ପଡ଼ିବ। ଅନ୍ୟକୁ ସାହାଯ୍ୟ କରିବା ହେଉଛି ପ୍ରକୃତ ଶିକ୍ଷା। ସହନଶୀଳତା, ସହହୃଦୟତା, ଦୟା, କରୁଣା ଓ ଏକାତ୍ମବୋଧ ହେଉଛି ଆମ ସଭ୍ୟତାର ମୂଳ ମନ୍ତ୍ର। ଜ୍ଞାନ ଆହରଣ ସହ ଏ ଏସବୁ ମାନବୀୟ ଗୁଣ ସମସ୍ତଙ୍କ ନିକଟରେ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନେ ସମାଜର ଉନ୍ନତି ପାଇଁ ସବୁବେଳେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ପୁନେସ୍ଥିତ ଗୋଖଲେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପଲିଟିକ୍‌ସ୍‌ ଆଣ୍ଡ ଇକୋନୋମିକ୍‌ସ୍‌ର କୁଳାଧିପତି ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡ଼. ରାଜୀବ କୁମାର, ୟୁଏନ୍‌ଏପିର ଗୁଡ଼୍‌ୱିଲ୍‌ ଆମ୍ବାସାଡ଼ାର ତଥା ସୁଇଜରଲ୍ୟାଣ୍ଡସ୍ଥିତ ଜିଆଇଏସ୍‌ଟି ଆଡ଼ଭାଇଜରିର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ଶୁଖଦେବ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତୀୟ ସଙ୍ଗୀତକାର ଡ଼. ରିକି. ଜି. କେଜ୍‌ ଓ ଗ୍ରୀନ୍‌ ବେଲ୍ଟ ଏବଂ ରୋଡ଼୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସଭାପତି ଏରିକ୍‌ ସୋଲେମ୍‌ଙ୍କୁ ସମ୍ମାନସୂଚକ ଡ଼କ୍ଟରେଟ୍‌ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା।
କିସ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‌ ତ୍ରିପାଠୀ କହିଲେ ତୁମେମାନେ ଏବେ ଜ୍ଞାନ ଆହାରଣକାରୀରୁ ପରିବର୍ତ୍ତନକାରୀ ହେବାକୁ ଯାଉଛ। ପୁରାତନ ଛାତ୍ରଛାତ୍ରୀଙ୍କ ଭଳି କିସ୍‌ର ଯେଉଁ ନିଃସ୍ୱାର୍ଥ ସେବା ପରମ୍ପରା ରହିଛି ତାହାକୁ କାର୍ଯ୍ୟ କ୍ଷେତ୍ରରେ ଲଗାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର.ଏନ. ଦାଶ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୩ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ସ୍ନାତକୋତ୍ତରରେ ଉତ୍କର୍ଷ ପ୍ରତିପାଦିତ କରିଥିବା ଦୁଇ ଛାତ୍ରଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, ୧୪ ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଓ ୧୪ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories