www.samajalive.in
Monday, December 8, 2025
14.1 C
Bhubaneswar

ମ.ରାମପୁର ଥାନା ଅଂଚଳରେ ଗୋଟିଏ ସପ୍ତାହରେ ଦୁଇ ଥର ଡକାୟତି

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ବାରମ୍ବାର ଡକାୟତି ବୃଦ୍ଧି ପାଉଥିବାବେଳେ ପୁଲିସ ଦୁର୍ବୃତମାନଙ୍କୁ ଧରିବାରେ ବିଫଳ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାପ୍ତସୂଚନା ମତେ ଗୁରୁବାର ବିଳମ୍ବିତ ରାତ୍ରୀରେ ମ.ରାମପୁର ନିକଟସ୍ଥ ମ.ରାମପୁରରୁ ରିଷିଡା ରାଜ୍ୟ ରାଜପଥ ରାମୁଡ ଜଙ୍ଗଲ ରାସ୍ତା ନିକଟରେ ତିନିଜଣ ସଶସ୍ତ୍ର ଡକାୟତ ସେହି ରାସ୍ତାଦେଇ ଯାଉଥିବା ବିଭିନ୍ନ ଗାଡିକୁ ଅଟକାଇ ଲୁଟ୍ କରି ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡିଛି।
ବିଶାଖାପାଟଣାରୁ ରାୟଗଡ ଯାଉଥିବା କୋଇଲା ବୋଝେଇ ଟ୍ରକ ଯାଉଥିବା ସମୟରେ ବିଳମ୍ବିତ ରାତ୍ରୀରେ ଗାଡିକୁ ଅଟକାଇ ଡକାୟତମାନେ ଡ୍ରାଇଭରକୁ ପ୍ରଥମେ ବନ୍ଧୁକ ଦେଖାଇ ମାଡମାରି ଗାଡି ଚାବି ମୋବାଇଲ ସହ ୩୦ହଜାର ଟଙ୍କା ଲୁଟ୍ କରିଥିଲେ। ଏହି ଟ୍ରକଟି ରାସ୍ତା ଅବରୋଧ କରି ରହିଥିବା ଦେଖି ରାଇଘରରୁ ପୁରୀ ଯାଉଥିବା ଗାଡିର ଚାଳକ ଗାଡି ଦୁର୍ଘଟଣା ଘଟିଛି ଭାବି ଅଟକିବା ପରେ ତାହାର ସୁଯୋଗ ନେଇ ଡକାୟତମାନେ ଗାଡି ଚାଳକକୁ ମାଡ ମାରି ବନ୍ଧୁକ ଦେଖାଇ ଚାବି ଓ ଗାଡିରେ ବସିଥିବା ଅନ୍ୟମାନଙ୍କଠାରୁ ଟଙ୍କା ଲୁଟ୍ କରିଥିଲେ।
ପରେ ସେମାନେ ଘଟଣାସ୍ଥଳରୁ ଏକ ବାଇକରେ ଦ୍ରୁତ ଗତିିରେ ମ.ରାମପୁର ଆଡେ ଫେରାର ମାରିଥିଲେ। ସେହି ଦିନ ରାତିରେ ମ.ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଦେଶୀମଦଭାଟିରୁ ମଧ୍ୟ ୬ ଜଣ ଡକାୟତ ଭାଟି ମ୍ୟାନେଜରକୁ ମାଡ ମାରି ଟଙ୍କା ଲୁଟ୍ କରିଥିବା ମ.ରାମପୁର ଥାନାରେ ଅଭିଯୋଗ ହୋଇଛି।
ଗୋଟିଏ ରାତିରେ ଦୁଇଟି ଦୁଇଟି ଡକାୟତ ଘଟଣା ପୁଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପରେ ଘଟଣାସ୍ଥଳରେ ପହଁଚି ମ.ରାମପୁର ପୁଲିସ ଘଟଣାର ତଦନ୍ତ ଜାରିରଖିଥିବା ବେଳେ କାହାରିକୁ ବର୍ତମାନ ଯାଏଁ ଗିରଫ କରିନାହିଁ। ଯାହାକି ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।
ସୂଚନା ଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ସେହି ରାମୁଡ ଜଙ୍ଗଲରେ ଦିନଦ୍ୱିପ୍ରହରରେ ଭୁପିନ୍ଦ୍ର ରଣା ନାମକ ଜଣେ ଗ୍ରାହକ ସେବା କେନ୍ଦ୍ରର ମାଲିକ ନିଜ ଗାଁକୁ ୬ ଲକ୍ଷ୩୦ହଜାର ଟଙ୍କା ଗ୍ରାହକ ସେବା କେନ୍ଦ୍ର ପାଇଁ ନେଇ ଯାଉଥିବାବେଳେ ତିନି ଜଣ ଦୁର୍ବୃତ ତାଙ୍କୁ ପଛପଟୁ ପିଛା କରି ବାଇକକୁ ଧକ୍କା ଦେଇ ଟଙ୍କା ଭର୍ତି ବ୍ୟାଗକୁ ଛଡାଇନେଇ ଫେରାର ହୋଇଯାଇଥିଲେ।
ସେହିପରି ମ.ରାମପୁର ଥାନା ଅନ୍ତର୍ଗତ ଅଁଲାପାଲି ଛକଠାରୁ ମଧ୍ୟ ତିନି ଜଣ ଦୁର୍ବୃତ ସେହି ଗାଁର ଜଣକଠାରୁ ଦିନ ଦ୍ୱିପ୍ରହରରେ ସମାନ ଢଙ୍ଗରେ ୪୯ହଜାର ଟଙ୍କା ଲୁଟ୍ କରିଥିଲେ। ଏହି ଘଟଣାରେ ଦୁର୍ବୃତମାନେ ବାଇକରେ ତିନି ଜଣ ଫେରାର ହେଉଥିବା ସିସିଟିଭି ଫୁଟେଜରେ କଏଦ୍ ହୋଇଥିଲେ, ଗୋଟିଏ ସପ୍ତାହରେ ଚାରିଚାରିଟି ଡକାୟତି ଘଟଣା ଘଟିଥିବାବେଳେ ବର୍ତମାନ ସୁଦ୍ଧା ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇନାହିଁ।  ପୁଲିସ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯାଉନଥିବାରୁ ଏଭଳି ଘଟଣା ବାରମ୍ବାର ହେଉଥିବା ବୁଦ୍ଧିଜିବି ମହଲରେ ଆଲୋଚନା ହେଉଛି। ଏନେଇ ମ.ରାମପୁର ଥାନାଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଆମେ ସେମାନଙ୍କୁ ଟ୍ରାକ୍ କରୁଛୁ ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories