www.samajalive.in
Sunday, December 14, 2025
23.1 C
Bhubaneswar

ଚାଲିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ; ପୁଣି କିଏ ଭାଙ୍ଗିଦେଲା ରୋଷଘର ଚୁଲି

ପୁରୀ : ଚାଲିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ପୁଣି ପୁରୀରେ ଭାଙ୍ଗିଲେ ରୋଷ ଘର ଚୁଲି। ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ନେଇ ଶନିବାର ଖବର ମିଳିଛି। ପ୍ରାୟ ୨୦ ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ନେଇ ସୂଚନା ମିଳିଛି। ଗତକାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ନେଇ ଆଶଙ୍କା କରାଯାଉଛି। ଆଡପ ଅବଢା ରନ୍ଧା ପାଇଁ ପ୍ରସ୍ତୁତ ହୋଇଥିଲା ଚୁଲି। କୋଠ ଭୋଗ ଚୁଲିକୁ ଛାଡି ଅନ୍ୟ ସମସ୍ତ ଚୁଲି ଭଙ୍ଗା ଯାଇଛି । ତେବେ କିଏ ଓ କାହିଁକି ଏପରି କରିଛି ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉପଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି। ବର୍ତ୍ତମାନ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଏଭଳି ଘଟଣା ଘଟିଥିବାରୁ ଓ କଡା ପୁଲିସ ପ୍ରଶାସନ ସତ୍ତେ୍ୱ ଏଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାୟ ୭୫୨ ଟି ଚୁଲିରୁ ୨୦ରୁ ଅଧିକ ଚୁଲି ଭଙ୍ଗା ଯାଇଛି। ଚୁଲି ଗୁଡିକୁ ହାତରେ ଭଙ୍ଗା ଯାଇଛି ବୋଲି କୁହାଯାଉଛି।
ସୂଚନା ଯୋଗ୍ୟ , ପୂର୍ବରୁ ମଧ୍ୟ ଗତ ଏପ୍ରିଲ ମାସରେ ଏଭଳି ଘଟଣା ଘଟିଥିଲା। ଘଟଣାର ତଦନ୍ତ କରାଯାଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories