www.samajalive.in
Sunday, December 14, 2025
16.1 C
Bhubaneswar

ଦକ୍ଷିଣ ମୋଡ ହେଲା ତିନି ରଥ ; ମହାପ୍ରଭୁଙ୍କୁ ଅପେକ୍ଷା କରିଛି ନନ୍ଦିଘୋଷ

ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ଏହି କାରଣରୁ ଲୋକାରଣ୍ୟ ହେବାକୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର। ତିନି ରଥରୁ ଆଜ୍ଞାମାଳ ଆସି ସାରିବା ପରେ ରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଉଛି। ପ୍ରଥମେ ନନ୍ଦିଘୋଷ ଓ ଦ୍ୱିତୀୟରେ ଦର୍ପଦଳନ ରଥ ଆସୁଛି। ସମସ୍ତ ପ୍ରସ୍ତୁତି ଧିରେ ଧିରେ ଶେଷ ହେଉଛି।
ଆଜ୍ଞାମାଳ ବିଜେ ପରେ ୩ ରଥର ଦକ୍ଷିଣମୋଡ ନୀତି ସମ୍ପନ୍ନ ହୋଇଛି। ଦକ୍ଷିଣ ମୋଡ ନୀତି ପରେ ୩ ରଥରକୁ ସିଂହଦ୍ୱାର ନିଆଯାଇଛି।ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି।
ସୂଚନା ମୁତାବକ ରୀତିନୀତି ଅନୁଯାୟୀ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଯାଇଥିଲା। ପରେ ରଥ ଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା ପରେ ତିନି ରଥର ଅଖ ଓ ଚକରେ ତୈଳ ଲାଗି କରାଯାଇଥିଲା।
ପରେ ପରେ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।  ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ର।ଙ୍କ ରଥକୁ ପୁଲିସ ଓ ସେବାୟତ ମାନେ ଟାଣି ସିଂହଦ୍ୱାରକୁ ଆଣିଥିଲେ। ଆସନ୍ତାକାଲି ରଥ ପ୍ରତିଷ୍ଠା ହେବା ପରେ ରଥରେ ବିଜେ କରିବେ ଚତୁର୍ଦ୍ଧାମୂରତି । ଶ୍ରୀମନ୍ଦିରରୁ ବାହାରି ଦାରୁ ମୁରତି ଗୁଣ୍ଡିଚା ଯାତ୍ରା କରିବେ । ଆଜି ଏହି ସମସ୍ତ ନୀତିକାନ୍ତି ଥିବାରୁ ଭକ୍ତଙ୍କ ପାଇଁ ୫ ଘଣ୍ଟା ଦର୍ଶନର ବ୍ୟବସ୍ଥା କରାଯାଇଛି । ସଂଧ୍ୟା ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories