ରେଙ୍ଗାଲି: ରେଙ୍ଗାଲି ବ୍ଳକର ଜଙ୍ଗଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାରିପାଲି ଛକରେ ଭାରତ ଗ୍ୟାସ୍ କମ୍ପାନୀର ରିଫିଲ୍ ସେଣ୍ଟର୍ ପାଇଁ ଜନ ଶୁଣାଣୀ କରା ନଯାଇ ଜନସାଧାରଣଙ୍କ ବିରୋଧ ସତ୍ତ୍ବେ ପୁଲିସ ଲଗାଇ ଜୋର୍ ଜବରଦସ୍ତ କାମ କରଯାଉଥିବାରୁ ଜଙ୍ଗଳା ସରପଞ୍ଚ ରୀତା ବିଶ୍ୱାଳ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ରିଫିଲ୍ ସେଣ୍ଟର୍ ସମ୍ବନ୍ଧରେ କମ୍ପାନୀ କର୍ତ୍ତୃପକ୍ଷ ମୋତେ କୌଣସି ସୂଚନା ଦେଇ ନାହାନ୍ତି ଏବଂ ଏଠାରେ ରିଫିଲ ସେଣ୍ଟର କାମ କରୁଛନ୍ତି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ବିନା ଜନଶୁଣାଣିରେ କମ୍ପାନୀ ରିଫିଲ୍ ସେଣ୍ଟର୍ କାମ କରୁଛି ଏବଂ ଏଥିରେ ହସ୍ତକ୍ଷେପ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଶ୍ରୀମତୀ ବିଶ୍ୱାଳ ଜିଲାପାଳଙ୍କ ଠାରେ ଲିଖିତ ଭାବେ ଦାବି ଜଣାଇଛନ୍ତି।
ଭାରତ ଗ୍ୟାସ୍ କମ୍ପାନୀ ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କ ନିକଟରେ ଦାବି ଜଣାଇଲେ ସରପଞ୍ଚ
Popular Categories



