www.samajalive.in
Friday, December 12, 2025
14.1 C
Bhubaneswar

୧୦୭ କିଲୋ ଗଞ୍ଜେଇ ଜବତ, ୨ଗିରଫ

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ ସଦର ପୁଲିସ୍ ପକ୍ଷରୁ ବିଶିପଡ଼ା-କଟ୍ରିଙ୍ଗିଆ ରାସ୍ତାରେ ତନଖି ବେଳେ ଏକ ମହିନ୍ଦ୍ରା ପିକଅପ୍ ବୋଲେରରୁ ୧୦୭ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୁଲିସ୍ ଉକ୍ତ ରାସ୍ତାରେ ଯାଞ୍ଚ କରିଥିଲା। ଗାଡ଼ି ଯାଞ୍ଚ ବେଳେ ବୋଲେରୋରୁ ୧୦୭କିଲୋ ଗଞ୍ଜେଇ ମିଳିଥିଲା। ସେହି ଗଞ୍ଜେଇକୁ ଜବତ ସହ ଏହି ଘଟଣାରେ ୨ ଜଣ ଗିରଫ କରାଯାଇଛି। ଗିରଫ ମାନେ ହେଲେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର ଚିକିନ୍ ଦିଗାଲ ଓ ଅନାମିକା ଦିଗାଲ ବୋଲି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ସଦରଥାନା ଏସଆଇ ସମ୍ବିତ୍ ବେହେରାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିବା ବେଳେ ଏନେଇ କେସ ନଂ ୯୯ା୨୨ରେ ଏକ ମାମଲା ରୁଜୁକରି ଗିରଫ ଦୁଇଜଣକୁ କୋର୍ଟ ଚାଲାଣ କରାଯିବା ସହିତ ବୋଲେରୋ ଗାଡିଜୁ ଜବତ କରାଯାଇଥିବା ତଦନ୍ତ ଅଧିକାରୀ ଲକ୍ଷ୍ମୀ ଖୁଣ୍ଟିଆ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories