www.samajalive.in
Saturday, December 13, 2025
18.1 C
Bhubaneswar

କନ୍ଧମାଳ ଜିଲାରେ ଚାଞ୍ଚଲ୍ୟ: ଫୁଲବାଣୀ ପୁଲିସ୍ ଜବତ କଲା ବ୍ରାଉନସୁଗାର, ଜଣେ ଗିରଫ

ଫୁଲବାଣୀ : ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସିଦ୍ଧ ଜିଲା କନ୍ଧମାଳରେ ଜବତ ହୋଇଛି ବ୍ରାଉନ୍ ସୁଗାର। ଏହି ଘଟଣା କନ୍ଧମାଳ ଜିଲାପାଇଁ ପ୍ରଥମ ହୋଇଥିବା ବେଳେ ଏହାକୁ ନେଇ ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଟାଉନଥାନା ପୁଲିସ୍ ଜଣେ ବ୍ରାଉନ ସୁଗାର ବେପାରୀ ଠାରୁ ଖୋର୍ଦ୍ଧା ଅଞ୍ଚଳରୁ ଫୁଲବାଣୀ ସହରକୁ ଚାଲାଣ ବେଳେ ସ୍ଥାନୀୟ ପେଞ୍ଜିସାହି ନିକଟରୁ ଜବତ କରିଛି। ଏକ ଜରି ପୁଡ଼ିଆରେ ୩.୫୯୦ ମିଲି ଗ୍ରାମ ବ୍ରାହଉନ ସୁଗାର ପୁଲିସ ଜବତ କରିଛି। ଏହାସହିତ ଏକ ହଳଦିଆ ରଙ୍ଗର ଦାମି ଗାଡ଼ି ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଟାଉନଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ଼ର ଫରେଷ୍ଟ୍ର କଲୋନି ନିକଟରେ ରହୁଥିବା ସପନ କୁମାର ମହାପାତ୍ର (୨୫) ବୋଲି ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି।

ଖବର ପ୍ରକାରେ ରବିବାର ଖୋର୍ଦ୍ଧାରେ ୪ ଜଣ ବ୍ରାଉନସୁଗାର ବେପାରରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏହି ଘଟଣା ପରେ ପୁଲିସ୍ ବିଭିନ୍ନ ଅଞ୍ଚଳ ଲିଙ୍କ ଖୋଜିବାରେ ଆରମ୍ଭ କରିଛି। ଗିରଫ ସପନ ମହାପାତ୍ର ବ୍ରାଉନ୍ ସୁଗାର ନେଇ ଫୁଲବାଣୀକୁ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଟାଉନ୍ ଥାନା ପୁଲିସ୍ ପେଞ୍ଜିସାହୁ ଛକରେ ତାଙ୍କୁ ଅଟକାଇବା ସହିତ ତାହାର ତଲାସି ନେଇଥିଲେ। ତଲାସି ବେଳେ ଏକ ଛୋଟ ଜରି ପୁଡ଼ିଆରେ ବ୍ରାଉନ ସୁଗାର ଥିବା ଜାଣିପାରି ତାହାକୁ ଜବତ କରିଥିଲେ। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏନେଇ ପୁଲିସ୍ କେସ ନଂ ୧୦୩/୨୨ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories