www.samajalive.in
Saturday, December 13, 2025
21.1 C
Bhubaneswar

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର

କଲମପୁର : ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଛନ୍ତି କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଧିକାରୀ ଯୁଧିଷ୍ଟିର ହରିଜନ(କୁମାର)।

ପ୍ରାପ୍ତ ସୂଚନା ଅନୁସାରେ, କଲମପୁର ବ୍ଲକରେ କାର୍ଯ୍ୟକରି ପ୍ରଧାନ ଶିକ୍ଷକ ପଦବୀରୁ ନିକଟରେ ଅବସର ନେଇଥିବା ଗୁଣନିଧି ନାଏକଙ୍କ ଅବସରକାଳିନ ପ୍ରାପ୍ୟ ପାଇଁ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ନିଜର କାର୍ଯ୍ୟ ହାସଲ କରି ପାରୁନଥିଲେ। କାର୍ଯ୍ୟାଳୟର ମୁଖ୍ୟ କିରାଣୀ ତଥା ସେକ୍ସନ ଅଫିସର ଯୁଧିଷ୍ଟିର ହରିଜନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନାଏକଙ୍କ କାର୍ଯ୍ୟ ସମ୍ପାଦନ ପାଇଁ ୧୩ ହଜାର ଟଙ୍କା ଅର୍ଥ ଦାବି କରିଥିଲେ। ଶିକ୍ଷକ ଶ୍ରୀ ନାଏକ ସେକ୍ସନ ଅଫିସରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେଇ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। କଳାହାଣ୍ଡି ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ କଳାହାଣ୍ଡି ଓ ନୁଆପଡ଼ାର ଭିଜିଲାନ୍ସ ଟିମ୍‍ ଶୁକ୍ରବାର କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ଯୋଜନା ମୁତାବକ ଶିକ୍ଷକ ଶ୍ରୀ ନାଏକ ରଙ୍ଗବୋଳା ଟଙ୍କା ସେକ୍ସନ ଅଫିସର ଶ୍ରୀ ହରିଜନଙ୍କୁ ଧରାଇବା ପରେ ନିକଟରେ ଥିବା ଭିଜିଲାନ୍ସ କର୍ମଚାରୀ ତୁରନ୍ତ ଆସି ଟଙ୍କା ସହ ସେକ୍ସନ ଅଫିସର ଯୁଧିଷ୍ଟିରଙ୍କୁ କାବୁ କରିଥିଲେ। ଏହାପରେ କିଛି ଆବଶ୍ୟକ କାଗଜପତ୍ର ଦେଖିବା ସହ ତୁରନ୍ତ ସେକ୍ସନ ଅଫିସରଙ୍କ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମକୁ ନେଇଥିଲେ। ସେଠାରେ ତଦନ୍ତ କରାଯିବା ପରେ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ତଦନ୍ତ କରିବା ସହ ଘଟଣା ସମ୍ବନ୍ଧରେ ପଚାରିଥିଲେ। କୋରାପୁଟ ଭିଜିଲାନ୍ସ କେସ ନଂ ୧୮/୨୦୨୨ୟୁ.ଏସ ୭ପି.ସିରେ ମାମଲା ରୁଜୁ କରିବା ସହ ଗିରଫ କରିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories