www.samajalive.in
Saturday, December 13, 2025
21.1 C
Bhubaneswar

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଗାଈ ମୃତ

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ଭେଲାଗାଁରେ ଶୁକ୍ରବାର ଏକ ଏଲ.ଟି ଲାଇନ ବିଦ୍ୟୁତ୍‍ ତାର ଛିଣ୍ଡି ପଡ଼ିଯିବାରୁ ୪ ଗୋଟି ଗାଈଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କଲମପୁର ବ୍ଲକ ଅଧିନସ୍ଥ ଭେଲାଗାଁର ଜନୈକ ବ୍ୟକ୍ତି ପରମାନନ୍ଦ ଲହଜଲଙ୍କ ଗାଈ ସବୁକୁ ଗୁହାଳରୁ ବାହାର କରି ଚରାଳି ଚରାଇ ନେଉଥିବା ବେଳେ ଗ୍ରାମର ବିଦ୍ୟୁତ୍‍ ଯୋଗାଣ ପାଇଁ ଥିବା ଟ୍ରାନ୍ସଫର୍ମର ନିକଟରେ ହଠାତ୍‍ ଏକ ବିଦ୍ୟୁତ୍‍ ତାର ଛିଣ୍ଡି ପଡ଼ିଥିଲା। ଯାହାର ସଂସ୍ପର୍ଶରେ ପରମାନନ୍ଦଙ୍କ ୪ ଗୋଟି ଗାଈଙ୍କ ମୃତ୍ୟୁ ହେଇଥିଲା। ଏନେଇ ତୁରନ୍ତ ବିଦ୍ୟୁତ୍‍ ବିଭାଗକୁ ଜଣାଇବା ପରେ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହାପରେ କଲମପୁର ତହସିଲଦାର କରିଶ୍ମା ବେଶ୍ରାଙ୍କ ସମେତ ବିଦ୍ୟୁତ୍‍ ବିଭାଗର କଳାହାଣ୍ଡି ପଶ୍ଚିମଖଣ୍ଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଚାରବାହାଲ ଏସ.ଡି.ଓ ଏବଂ ବଡକୁଟୃ ସେକ୍ସନ ଅଧିକାରୀ ଓ କଲମପୁର ପଶୁ ସମ୍ପଦ ଅଧିକାରୀ ଡାକ୍ତର ପ୍ରତୀକ କୁମାର ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଘଟଣା ସ୍ଥଳରେ ବଡକୁଟୃ ସେକ୍ସନ ଅଧିକାରୀ, ପଶୁ ସମ୍ପଦ ଅଧିକାରୀ ଡାକ୍ତର ପ୍ରତୀକ କୁମାର ଅଧିକାରୀ ଓ ମଣ୍ଡଳ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତ ସମସ୍ତ ଗାଈର ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ସମ୍ପୃକ୍ତ ଗାଈ ମାଲିକଙ୍କୁ ସରକାରଙ୍କ ନିୟମାବଳୀ ଅନୁସାରେ କ୍ଷତିପୁରଣ ଯୋଗାଇ ଦେବା ନେଇ ବିଦ୍ୟୁତ୍‍ ବିଭାଗ ତରଫରୁ ପ୍ରତିଶୃତି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଅନେକ ସ୍ଥାନରେ ବିଦ୍ୟୁତ୍‍ ବିଭାଗର ଅବହେଳା ଯୋଗୁଁ କେଉଁଠି ବିଦ୍ୟୁତ୍‍ ତାର ସବୁ ଓହଳି ପଡ଼ିଛି ତ କେଉଁଠି ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି। ସବୁ ସତେ ଯେମିତି ମୃତ୍ୟୁର ଫାଶ ଭଳି ରହିଛି। ତେଣୁ ତୁରନ୍ତ ଏ ସବୁର ମରାମତି ଓ ପରିବର୍ତନ ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories