www.samajalive.in
Saturday, December 13, 2025
26.1 C
Bhubaneswar

ରାଜସ୍ୱ ଯୁଗ୍ମ ସଚିବଙ୍କ ହରଭଙ୍ଗା ତହସିଲ ପରିଦର୍ଶନ

ହରଭଙ୍ଗା :  ରାଜସ୍ୱ ଯୁଗ୍ମ ସଚିବ ଏଲୋରା ସାମଲ ବୁଧୁବାର ହରଭଙ୍ଗା ତହସିଲ ପରିଦର୍ଶନ କରିଥିବା ଜଣାପଡିଛି। ତହସିଲ ଅଫିସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସଚିବଙ୍କ ସହିତ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ପ୍ରମୁଖ ରାଜସ୍ୱ ଆଦାୟ ସହିତ ବିଭିନ୍ନ ପଥର କୁଆଁରୀ ଏବଂ ବାଲି ଖାଦାନ ଉପରେ ଆଲୋଚନା କରିଥିଲେ। ପରେ ତହସିଲର ଖରଭୁଇଁସ୍ଥିତ ପଥର କୁଆଁରୀ ଏବଂ ହରଭଙ୍ଗା, ସୁରୁଣ୍ଡି ଭଳି ଦୁଇଟି ବାଲିଘାଟ ମଧ୍ୟ ପରିଦର୍ଶନ କରିଥିବା ଜଣାପଡିଛି । ପଥର ଖାଦାନାଗୁଡିକ କେଉଁ କାରଣରୁ ବନ୍ଦ ହୋଇପଡିଛି ସେ ନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।ହରଭଙ୍ଗା ତହସିଲ ପରିଦର୍ଶନ ସାରି ସଚିବ ବୌଦ୍ଧ ଗସ୍ତରେ ଯାଇଥିବା ସୂଚନା ମିଳିଛି। ଗୁରୁବାର ସଚିବଙ୍କ କଣ୍ଟାମାଳ ତହସିଲ ଏବଂ ବୌଦ୍ଧ ତହସିଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories