www.samajalive.in
Friday, December 12, 2025
16.1 C
Bhubaneswar

କଣ୍ଟାବାଞ୍ଜି ଏନଏସିରେ ଦୁର୍ନିତୀ ଅଭିଯୋଗ

ଟିଟିଲାଗଡ଼ :  କଣ୍ଟାବାଞ୍ଜି ଏନଏସି ଦ୍ୱାରା ନିର୍ମାଣାଧିନ ଦୋକାନ ଗୃହରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ବିଜେଡି ନେତାଙ୍କ ପକ୍ଷରୁ ଟିଟିଲାଗଡ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଦଳର ବରିଷ୍ଠ ନେତା ଅଜୟ ଦାଶ, ପ୍ରମୋଦ କର, ଦଳର ନଗର ସଭାପତି ଦେବାର ବାରିକ, ଯୁବ ସଭାପତି ବିଶାଲ ବେହେରା, ଯୁବ ସମ୍ପାଦକ ଶାନ୍ତନୁ ବିଭାର, ଜିଲା ସମ୍ପାଦକ ଶାନ୍ତନୁ ବିଭାର, ଜିଲା ମହିଳା ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ, ନଗର ସଭାନେତ୍ରୀ ସସ୍ମିତା ଦଣ୍ଡସନା, କାଉନସିଲର ଯାଜ୍ଞସେନୀ ନାଗ, ମନୀଷ ଅଗ୍ରୱାଲ ପିଙ୍କି ମହାନନ୍ଦ ପ୍ରମୁଖ ବୁଧବାର ଟିଟିଲାଗଡ ଠାରେ ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲାପାଳ ଡ. ଲଲିତ ବାଗଙ୍କୁ ଏନେଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଦଳ ଅଭିଯୋଗ କରିଛି ଯେ କଣ୍ଟାବାଞ୍ଜି ଏନଏସିରେ ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ଷ୍ଟଲ ନିର୍ମାଣ ବାବଦକୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ପ୍ରଦାନ କରିଛନ୍ତି । ଗୋଟିଏ ଷ୍ଟଲ ପାଇଁ ୯୦ ହଜାର ଟଙ୍କା ଖର୍ଚ୍ଚ ଅଟକଳ ରହିଥିବା ବେଳେ ୨୦/୨୫ ହଜାର ଟଙ୍କା ମାତ୍ର ଖର୍ଚ୍ଚ ସହ ନିମ୍ନମାନର କାର୍ଯ୍ୟ ହେଉଛି। ଏହାର ଅତିଶୀଘ୍ର ତଦନ୍ତ ସହ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି । ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ରାୟ, ହରିବନ୍ଧୁ ସିପକା, ବିଷ୍ଣୂ ବେହେରା, ଈଲୁ ନାଗ, ନିଶା ମହାନନ୍ଦ, ଅଷ୍ଟମୀ ବଗର୍ତ୍ତି, ସଞ୍ଜୟ ବେହେରା, ଡମ୍ବରୁ ମେହେର, ଅନିତା ଦଣ୍ଡସନା, ଜଗଦିଶ ସୁନା, ଲଲିତ ମହାନ୍ତି, ଅଶୋକ କୁମାର, ଶଶିଧ୍ୱଜ ହିଆଲ, ଲକ୍ଷ୍ମଣ ଗୌଡ, ଉଗ୍ରସେନ ପୁଟେଲ,ସିବାଶିଷ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories