ନବରଙ୍ଗପୁର: ନନ୍ଦ।ହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଗୌଡ଼କଷ୍ଟିଗୁଡା ଗ୍ରାମରେ ବଜ୍ରାଘାତରେ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ବେକେ ସ୍ୱାମୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ସେହି ଗ୍ରାମର ଚନ୍ଦ୍ର ନାୟକ (୪୮) ଓ ତାଙ୍କ ସ୍ତ୍ରୀ ଦୁତିକା ନାୟକ (୪୦) ନିଜ ଜମିରେ ଧାନତଳି ପକାଇବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଛି। ହଠାତ ଘଡଘଡି ସହ ବଜ୍ରପାତ ହୋଇଥିଲା। ଫଳରେ ଦୁତିକା ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଥିଲା।
ତାଙ୍କୁ ୧୦୮ ଆମ୍ବୁଲାନସ ସେବା ମିଳି ନ ଥିଲା। ଏହି ପରିପେକ୍ଷୀରେ ଗୁରୁତର ରୋଗୀକୁ ଅଟୋରିକ୍ସାରେ ଦୀର୍ଘ ୩୦ କିଲୋମିଟର ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।



