www.samajalive.in
Sunday, December 14, 2025
26.1 C
Bhubaneswar

କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ଶପଥ ନେଲେ ନବ ନିର୍ବାଚିତ ସମବାୟ ନିର୍ଦ୍ଦେଶକ

ଗୁରୁଡ଼ିଝାଟିଆ: କୃଷକ ବଞ୍ଚିଲେ ଆମେ ବଂଚିବା। ସେମାନଙ୍କ ସମାସ୍ୟାକୁ ବୁଝି ସହଯୋଗର ହାତ ବଢ଼ାଇଲେ କୃଷକ ମୁହଁରେ ହସ ଫୁଟିବା ସହ ତାର ସମୃଦ୍ଧି ହୋଇପାରିବ। ଏହି ଭାବକୁ କାର୍ଯ୍ୟରେ ପରିଣତ କରି କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ନିମନ୍ତେ ଖୁଣ୍ଟୁଣୀ ପ୍ରାଥମିକ ସେବା ସମବାୟ ସମିତିର ନବ ନିର୍ବାଚିତ ନିର୍ଦ୍ଦେଶକମାନେ ସଂକଳ୍ପ କରିଥିଲେ। କଣ୍ଡରେଇ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଜେଡି ଯୁବ ସଂଗଠକ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ରାଧାକିଶୋରପୁର,କଣ୍ଡରେଇ, ରାଧାକୃଷ୍ଣପୁର, ଡାଳଭାଗ,ଭୋଗରା ଓ ଖୁଣ୍ଟୁଣୀ ପଞ୍ଚାୟତକୁ ନେଇ ଗଠିତ ପ୍ରାଥମିକ ସେବା ସମବାୟର ନବ ନିର୍ବାଚିତ ନିର୍ଦ୍ଦେଶକମାନେ ଏକତ୍ରିତ ହୋଇଥିଲେ। ସେବା ସମବାୟ ସମିତିରେ ଦୁର୍ନୀତିକୁ ପ୍ରଶୟ ନଦେଇ କୃଷକଙ୍କ ହିତରେ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପ ନେଇଥିଲେ।

ସତ୍ୟାନନ୍ଦ ସାହୁ, ନଗେନ୍ଦ୍ର ବେହେରା, ନିତ୍ୟାନନ୍ଦ ମହାରଥି, ହରିହର ପ୍ରଧାନ, ରୂପନାରାୟଣ ପୂର୍ତ୍ତି, ଗଣେଶ୍ୱର ସାହୁ, ରତ୍ନାକର ଦଳାଇ , ପ୍ରଫୁଲ ବେହେରା, ଗଦାଧର ସେନାପତି, କଳ୍ପନା ଦଳାଇ, ଗଦାଧର ବେହେରା, ସୁଦର୍ଶନ ସ୍ୱାଇଁ, ପ୍ରବୋଧ ସ୍ୱାଇଁ ଓ ଝରଣା ବେହେରା ପ୍ରମୁଖ ନବନିର୍ବାଚିତ ନିର୍ଦ୍ଦେଶକ ସଂକଳ୍ପ ନେବା ସହ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ଆଜି ନିର୍ଦ୍ଦେଶକ ହୋଇଥିବା ନେଇ ଖୋଲାମନରେ କହିବାକୁ ପଛାଇନଥିଲେ। ସ୍ଥାନୀୟ ସରପଞ୍ଚ ଜ୍ଞାନ ରଞ୍ଜନ ଦାସ, ରାଧାକିଶୋରପୁର ସରପଞ୍ଚ ବିନୋଦ କୁମାର ମାଝି, ଭୋଗରା ସରପଞ୍ଚ ଅଜିତ୍‍ କୁମାର ଦାସ, ସମିତିସଭ୍ୟ ବିଧାନଚନ୍ଦ୍ର ସ୍ୱାଇଁ, ବିଶ୍ୱନାଥ ପୂର୍ତ୍ତି, ସୁରେଶ ଚନ୍ଦ୍ର ଦଳାଇ ଓ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ ନିର୍ଦ୍ଦେଶକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories