www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟାହ୍ନ ଭୋଜନ ଅର୍ଥ ପ୍ରଦାନ ଅନିୟମିତତା ନେଇ ଶିକ୍ଷକ ମହଲରେ ଅସନ୍ତୋଷ

ପାଟଣା: ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଫେବୃଆରୀ ୨୨ ଠାରୁ ବିଦ୍ୟାଳୟ ଖୋଲିବା ପରେ ଖାଦ୍ୟ ସୁରକ୍ଷା ନିୟମ ଓ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷକ ଓ କେତେକ ବିଦ୍ୟାଳୟ ରେ ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବ୍ୟବସ୍ଥା ଅଦ୍ୟାବଧି ଚାଲି ଆସୁଛି। କିନ୍ତୁ ପରିତାପର ବିଷୟ ଏହି ଯେ ଫେବୃଆରୀ ଠାରୁ ଅଦ୍ୟାବଧି ୪ ମାସ ହେବ କେନ୍ଦୁଝର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଲୁ ରଖିଥିଲେ ହେଁ ଶିକ୍ଷାବିଭାଗ ବା ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ ।

ପ୍ରକାଶଯୋଗ୍ୟ ଯେ, ଗତ ୪ମାସ ହେବ ମଧ୍ୟାହ୍ନ ଭୋଜନ ଅର୍ଥ ବିଦ୍ୟାଳୟ ସ୍ତରକୁ ଯୋଗାଇ ଦିଆଯାଇନାହିଁ ବା ବ୍ୟାଙ୍କ ମାଧ୍ୟମରେ ମଧ୍ୟ ଆସିପାରିନାହିଁ। ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଜମାଖାତା ଥିବା ବେଳେ ଏହି ବ୍ୟବସ୍ଥା ନିୟମିତ ଚାଲିବା ଠିକ୍ ଥିବା ବେଳେ ଏହାକୁ ଜିରୋ ଏକାଉଣ୍ଟ କରାଯାଇ ପିଏନବିରେ ଖୋଲାଯିବା ପରେ ବ୍ୟବସ୍ଥା ସବୁ ଠପ୍ ହୋଇଥିବା କୁହାଯାଉଛି। ଏହି ନୂତନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକାଉଣ୍ଟ ବିଦ୍ୟାଳୟମାନଙ୍କୁ ମଧ୍ୟାହ୍ନ ଭୋଜନ ଅର୍ଥ ଟଙ୍କା ନ ଆସିବା ବିଭାଗର ବା ଜିଲ୍ଲା ପ୍ରଶାସନର କେଉଁ ସ୍ୱାର୍ଥ ରହିଛି ତାହା ଜଣାପଡୁନାହିଁ ବୋଲି ରାଜ୍ୟ ତଥା କେନ୍ଦୁଝର ଜିଲ୍ଲାର ଏଲିମେଣ୍ଟାରୀ ଟିଜି ଶିକ୍ଷକ ସଂଘର ସମ୍ପାଦକ ତାଙ୍କ ପ୍ରତିକ୍ରିୟାରେ ଅସଂତୋଷ ବ୍ୟକ୍ତ କରିଛନ୍ତି।

- Advertisement -

ଅନେକ ବିଦ୍ୟାଳୟରେ ଏହି ବ୍ୟବସ୍ଥାକୁ ପ୍ରଧାନଶିକ୍ଷକ ଓ ଏସଏଚଜି ସଭ୍ୟାମାନେ ନିଜ ହାତରୁ ଲକ୍ଷାଧିକ ଟଙ୍କାରେ ଏହି କାର୍ଯ୍ୟ ସମ୍ଭାଳିବା କଷ୍ଟକର ହୋଇପଡ଼ିଛି। ଏହା ସାଙ୍ଗକୁ ପ୍ରତ୍ୟେକ ଦ୍ରବ୍ୟର ଦିନକୁ ଦିନ ଯେଉଁ ଅହେତୁକ ମୂଲ୍ୟ ବୃଦ୍ଧି ଘଟୁଛି। ତାହା ବର୍ତ୍ତମାନ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଏମ୍ ଡିଏମ୍ ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଛି। ସରକାରଙ୍କ ଠାରୁ ଅଣ୍ଡା ପ୍ରତି ୫ଟଙ୍କା ମିଳୁଥିବା ବେଳେ ବଜାରରେ ୬ଟଙ୍କା, ଡାଲି ୭୦ ଟଙ୍କା ଧାର୍ଯ୍ୟ ଥିବା ବେଳେ ବଜାରରେ ୧୨୦ଟଙ୍କା ,ଏପରିକି ସୋୟାବଡି ଓ ଜାଳେଣି କାଠ ବା ଜାଳେଣି ଗ୍ୟାସ୍ ଦର ଆକାଶଛୁଆଁ ହୋଇଛି। ବର୍ତ୍ତମାନ ଅର୍ଥର ଅଭାବ ସାଙ୍ଗକୁ ଜିନିଷର ଦରବୃଦ୍ଧି ଓ ମହଙ୍ଗାମାଡ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଏନେଇ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମହଲ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଆସନ୍ତା ୭ଦିନ ମଧ୍ୟରେ ମଧ୍ୟାହ୍ନ ଭୋଜନ ଅର୍ଥଟଙ୍କା ବିଦ୍ୟାଳୟ ସ୍ତରକୁ ପୈଠ ନକରନ୍ତି ତେବେ ସବୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଶିକ୍ଷକ ଓ ସ୍ୱୟଂସହାୟକ ଗୋଷ୍ଠୀ ବନ୍ଦ ରଖିବେ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ଗଣମାଧ୍ୟମରେ ଏକ ଲିଖିତ ପତ୍ର ମାଧ୍ୟମରେ କୁହାଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories