www.samajalive.in
Sunday, December 14, 2025
23.1 C
Bhubaneswar

ଡାକୁ ଭୂମିକାରେ ରଣବୀରଙ୍କ ଦମ୍‌ଦାର ଅଭିନୟ; ରିଲିଜ୍‌ ହେଲା ‘ଶମଶେରା’ର ଟିଜର

ମୁମ୍ବଇ: ରଣବୀର କପୁର ଓ ବାଣୀ କପୁର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଶମଶେରା’ର ଟିଜର ବୁଧବାର ରିଲିଜ୍‌ ହୋଇଛି। ଟ୍ରେଲର ରିଲିଜର ଠିକ୍‌ ଦୁଇ ଦିନ ପୂର୍ବରୁ ଏହାର ଟିଜର ରିଲିଜ୍‌ କରାଯାଇଛି। କରଣ ମାଲହୋତ୍ରାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରର ଟ୍ରେଲର ଜୁନ୍‌ ୨୪ ତାରିଖରେ ରିଲିଜ୍ ହେବ। ଟିଜରରେ ପାହାଡ଼ିଆ ଓ ମରୁଭୂମି ଅଞ୍ଚଳ ଦେଖିବାକୁ ମିଳିଛି। ଅଭିନେତା ରଣବୀର କପୁର ଡାକୁ ଦଳଙ୍କ ସହ ଘୋଡ଼ା ଚଢି ଆସୁଥିବା ନଜର ଆସିଛନ୍ତି। ଟିଜରରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ଅତ୍ୟନ୍ତ ଭୟଙ୍କର ଲାଗୁଛି। ଫିଲ୍ମରେ ସ୍ବାଧୀନତା ପୂର୍ବର କାହାଣୀ ଦେଖିବାକୁ ମିଳିବ।

ୟଶରାଜ ଫିଲ୍ମସ୍‌ର ବ୍ୟାନର ଅଧୀନରେ ଏବଂ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ଜୁଲାଇ ୨୨ ତାରିଖରେ ପରଦାକୁ ଆସିବ ‘ଶମଶେରା’।

- Advertisement -

 

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories