www.samajalive.in
Tuesday, December 9, 2025
17.1 C
Bhubaneswar

ଗାରିମାସ୍କାରେ ମାଓ ଶିବିର ଧ୍ୱଂସ

ଫୁୁଲବାଣୀ/ବାଲିଗୁଡା : ବାଲିଗୁଡା ଥାନା ଅଞ୍ଚଳରେ ମାଓବାଦୀଙ୍କ ଏକ ବଡ ଶିବିରକୁ ପୁଲିସ ଧ୍ୱଂସ କରିଥିବା ବେଳେ ଖସି ଯାଇଛନ୍ତି ଅନେକ ମାଓ ନେତା। ପୁଲିସ ହାତରେ କେବଳ ମାଓ କ୍ୟାମ୍ପରେ ବ୍ୟବହୃତ ମାଓବାଦୀଙ୍କ ପୋଷାକ, ଖାଦ୍ୟ ସାମଗ୍ରୀ, ଔଷଧ,କିଟ୍‍, କିଛି ମାଓ ପୁସ୍ତକ ଓ ବାସନକୁସନ ସହିତ ଗୋଟିଏ ୱାକିଟକି ପଡିଛି। କୌଣସି ଅସ୍ତ୍ରଶସ୍ତ୍ର ମିଳିନି। ମାଓ ନେତାମାନେ ପୁଲିସର ସୁରାକ ପାଇ ଚତୁରତାର ସହ ଖସି ଯିବାରେ ସମର୍ଥ ହୋଇଛନ୍ତି। କେକେବିଏନ୍‍ (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡ) ଡିଭିଜନର ପ୍ରାୟ ସମସ୍ତ ଟପ୍‍ ମାଓ ନେତା ଓ କ୍ୟାଡର ଏକାଠି ହୋଇଥିବାରୁ କୌଣସି ବଡ ହମଲା ପାଇଁ ଯୋଜନା ଚାଲିଥିବା ଏକ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି। କେକେବିଏନ ଡିଭିଜନ ଏରିଆ କମିଟିର କଳାହାଣ୍ଡି ଓ କନ୍ଧମାଳ ବୋର୍ଡର ଏରିଆ କମିଟି, କନ୍ଧମାଳ ଏବଂ ବୌଦ୍ଧ ବୋର୍ଡର ଏରିଆ କମିଟିର ଟପ୍‍ ମାଓନେତା ରାଜେଶ୍‍, ହେମନ୍ତ ଓ ପ୍ରମୋଦ ପ୍ରମୁଖ ପୁଲିସ ହାବୁଡରୁ ଖସି ଯାଇଥିବା ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏହି ମାଓ କ୍ୟାମ୍ପରେ ତିରିଶରୁ ଅଧିକ ମାଓବାଦୀ ଥିବାରୁ କୌଣସି ଗୁପ୍ତ ଅପରେସନ ଯୋଜନା କରିଥାଇପାରନ୍ତି ବୋଲି ସ୍ଥାନୀୟ ଜିଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି। ୩୦ ତାରିଖଠାରୁ ପୁଲିସ ବାହିନୀ ଖମନଖୋଲ ପଞ୍ଚାୟତର ଗାରିମାସ୍କା, ସିକେଲ ଓ ପୋଡାପଦର ଅଞ୍ଚଳରେ କମ୍ବିଂ ପାଇଁ ପଶିଥିଲେ। ତେବେ ଦୁଇ ତାରିଖ ସକାଳ ସାଢେ ଛଅଟା ବେଳେ ଏକ ଶିବିର ଚାଲିଥିବା ସୂଚନା ପାଇ ପୁଲିସ ଆକ୍ରମଣ ଯୋଜନା କରିଥିବା ବେଳେ ସୁରାକ ପାଇ ମାଓବାଦୀ ଖସି ଯାଇଥିଲେ। ପ୍ରାୟ ଦୁଇ କିଲୋମିଟର ପୁଲିସ ଘେରାବନ୍ଦୀ କରି ଗୋଡାଇଥିଲେ ହେଁ ମାଓବାଦୀ ଖସିଯାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories