www.samajalive.in
Tuesday, December 9, 2025
15.1 C
Bhubaneswar

ଏକକ ପିଜି ପ୍ରବେଶିକା ପରୀକ୍ଷା ବିଜ୍ଞପ୍ତି ଜାରି; ୨୭ରୁ ଆବେଦନ

ଭୁବନେଶ୍ବର: ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପାଇଁ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ୨୭ ତାରିଖରୁ SAMS ଜରିଆରେ ଆବେଦନ ଆରମ୍ଭ ହେବ। ଆବେଦନ ପାଇଁ ଶେଷ ତାରିଖ ରହିଛି ଜୁଲାଇ ୧୨। ଜୁଲାଇ ୧୩ ଓ ୧୪ ତାରିଖରେ ଆପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ। ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରେ ଆଡମିଟକାର୍ଡ ଉପଲବ୍ଧ ହେବ। ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା କରାଯିବ। ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ସେହିପରି ଅଗଷ୍ଟ ୩୦ ତାରିଖ ସୁଦ୍ଧା ଚଏସ୍ ଫିଲିଂ ଓ ସେପ୍ଟେମ୍ବର ୫ ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ। ସେପ୍ଟେମ୍ବର ୬ ଓ ୭ ତାରିଖରେ ନାମଲେଖା ପ୍ରକ୍ରିୟା ଚାଲିବ। ସେପ୍ଟେମ୍ବର ୧୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ କରାଯିବ। ଏହାପର ଦୁଇଦିନ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ। ୨୦ ତାରିଖରେ SAMS ୱେବସାଇଟ୍‌ରେ ଖାଲି ସିଟ୍ ନେଇ ସୂଚନା ପ୍ରକାଶ ପାଇବ। ୨୩ ତାରିଖରେ ସ୍ପଟ୍‌ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏହା ପରଦିନଠାରୁ ୨୬ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ଆଡମିନସ ଚାଲିବ। ଏନେଇ www.samsodisha.gov.inରେ ଲଗଇନ କରି ଅଧିକ ସୂଚନା ପାଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories