www.samajalive.in
Wednesday, December 10, 2025
16.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ମୁଖିଗୁଡ଼ା : କଳହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚଞ୍ଚରାମାଲ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରଅନୁସାରେ ମୃତକ ଜଣଙ୍କ କଲମପୁର ବ୍ଳକ୍‍ ଅନ୍ତର୍ଗତ ଡ଼ୁମେରମୁଣ୍ଡା ଗ୍ରାମର କ୍ଷିରୋଦ କଣ୍ଟା (୨୨)। ସେ ଗୁରୁବାର ନିଜ ମାମୁଁ ଘର ଜୟପାଟଣା ବ୍ଳକ୍‍ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତର ପାବଲି ଗ୍ରାମକୁ ଆସି ମାମୁଁ ଘରେ ରାତ୍ରି ଭୋଜନ କରି ରାତି ୯ଟା ବେଳେ ନିଜ ଘରକୁ ମୋଟର ସାଇକେଲ ନଂ. ଓଡ଼ି୮ଏ ୫୩୪୯ ରେ ଫେରୁଥିବା ବେଳେ ପାବଲି-ଚଞ୍ଚରମାଲ ମଝିରେ ଥିବା ଏକ ପୋଲରେ ପିଟି ହୋଇ ରାସ୍ତା କଡ଼ରେ ପଡ଼ିଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ କ୍ଷିରୋଦର ମୃତ ଦେହ ଦେଖି ଜୟପାଟଣା ପୁଲିସକୁ ଖବର ଦେଇଥିଲେ। ମୃତ କ୍ଷିରୋଦର ଜୟପାଟଣା ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ୍‍ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜୟପାଟଣା ଡ଼ାକ୍ତରଖାନାରେ ମହାପ୍ରୟାଣ ଯୋଜନାରେ ଶବ ବାହକ ଗାଡ଼ି ନଥିବାରୁ ଏ ଅଞ୍ଚଳର ଲୋକେ ନାହିଁ ନ ଥବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ସକାଳେ କଲମପୁରରୁ ଏକ ଗାଡ଼ି ଆସିବା ପରେ ମୃତ କ୍ଷିରୋଦର ଶବ ଜୟପାଟଣା ଡ଼ାକ୍ତରଖାନାକୁ ଅଣାଯାଇଥିଲା। ଜୟପାଟଣା ଡ଼ାକ୍ତରଖାନାରେ ଶବ ବହନ ପାଇଁ ଏକ ଗାଡ଼ିର ବ୍ୟବସ୍ଥା ପାଇଁ ସାଧାରଣରେ ଦାବୀ ହେଉଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories