www.samajalive.in
Sunday, December 14, 2025
26.1 C
Bhubaneswar

ଶୁକ୍ରବାର ରାଶିଫଳ ୧୭.୦୬.୨୦୨୨

ମେଷ: ସୁଖ-ସମ୍ମାନ ଲାଭ କରିବେ। ମନରେ ସରସତା ଆସିବ। ସରକାରୀ ଅନୁଦାନ ମିଳିପାରେ। ଅପାର ଗୁଣର ଆଧାର ହେବେ। ପ୍ରିୟଭାଷୀ ହେବେ। କର୍ମଚଞ୍ଚଳ ରହିବେ। ଶିଳ୍ପୋଦ୍ୟୋଗୀ ହେବେ।

ବୃଷ: ସମାର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। କ୍ଷମତାପ୍ରାପ୍ତ ହେବେ। ସରକାରୀ ଅର୍ଥ ମିଳିପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିବାଦରେ ବିଜୟୀ ହେବେ।

- Advertisement -

ମିଥୁନ: ନୃତ୍ୟ, ସଙ୍ଗୀତପ୍ରିୟ ହେବେ। ସତ୍‌କର୍ମରେ ନି​‌େ​‌ୟାଜିତ ହୋଇପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

କର୍କଟ: ଆମୋଦ, ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବୁଦ୍ଧି ଚାଳନା କରି ଅର୍ଥ ସଞ୍ଚୟ କରିବେ। ମାନ୍ୟତା ମିଳିବ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ।

ସିଂହ: ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ସୁଯଶଯୁକ୍ତ ହେବେ। ଧନଶାଳୀ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଦମନ କରିବା କଷ୍ଟସାଧ୍ୟ ହେବ। ପତ୍ନୀଙ୍କ ସୁପରାମର୍ଶ ଉପାଦେୟ ହେବ।

କନ୍ୟା: ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ସ୍ବାଧୀନ ହେତୁ ସୁଖୀ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି।

ତୁଳା: ଧର୍ମାସକ୍ତ ହୋଇପାରନ୍ତି। ମତିମାନ୍‌ ହେବେ। ପୁତ୍ର, ମିତ୍ର ହେତୁକ ସୁଖ ଭୋଗୀ ହେବେ। ମାତୃବର୍ଗ ସହ ବିସମ ଭାବାପନ୍ନ ହୋଇପାରନ୍ତି। ଉଦ୍ୟାନ କାର୍ଯ୍ୟରେ ପ୍ରବୀଣ ହୋଇପାରନ୍ତି।

ବିଛା: ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶତ୍ରୁତାର ବିକାଶ ଘଟିପାରେ। ସୁଗୁଣସମ୍ପନ୍ନ ହେବେ। ଧନୀ ହୋଇପାରନ୍ତି। ସତ୍ୟ ବାକ୍ୟଯୁକ୍ତ ହେବେ। ସୁବର୍ଣ୍ଣ ସମ୍ପଦ ମିଳିପାରେ।

ଧନୁ: ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି। ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁ ପୋଷକ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ।

ମକର: ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ: ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ଧନର ଅଧିକାରୀ ହୋଇପାରନ୍ତି। କେହି ପଥରୋଧ କରିବାକୁ ବୃଥା ଉଦ୍ୟମ ଚଳାଇପାରନ୍ତି। ପରିବେଶ ପ୍ରୀତିପୂର୍ଣ୍ଣ ହେବ। ସଦା ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ।

ମୀନ: ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଜନସାଧାରଣଙ୍କ ଚଲାପଥକୁ ଆଲୋକିତ କରିବେ। ସରକାରୀ ଅର୍ଥ ଓ ସମ୍ମାନ ମିଳିବ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories