www.samajalive.in
Saturday, December 13, 2025
26.1 C
Bhubaneswar

ଭିଡିଓ ବାର୍ତ୍ତାରେ ଭାରତରେ ଆକ୍ରମଣ ପାଇଁ ଧମକ୍‌ ଦେଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍‌ ଷ୍ଟେଟ୍‌

ନୂଆଦିଲ୍ଲୀ – ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍‌ ଷ୍ଟେଟ୍‌ ଏକ ଭିଡଓ ଜାରି କରି ଧମକ ଦେଇଛି । ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ  ଆତଙ୍କବାଦୀ ସଙ୍ଗଠନ ଇସାଲାମିକ୍‌ ଷ୍ଟେଟ୍‌ ଖୋରସାନ ପକ୍ଷରୁ ଏହି ଧମକ ଦିଆଯାଇଛି ।

ଭାରତରେ ସଙ୍ଗଠନର ସଦ୍ୟସ ମହଜୁଦ୍‌ ଥିବା ଏହାର ଭିଡିଓ ବୁଲେଟିନ୍‌ରେ କୁହାଯାଇଛି । ଏହି ଭିଡିଓରେ ନୁପୁର ଶର୍ମାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦର୍ଶାଯାଇଛି । ଭାରତର ଯେଉଁ ସ୍ଥାନମାନଙ୍କରେ ସମ୍ଭବ ହେବ ଇସଲାମିକ୍‌ ଷ୍ଟେଟ୍‌ ଆକ୍ରମଣ କରିବ ବୋଲି ଏଥିରେ କୁହାଯାଇଛି । ଏଥିରେ ଆଫଗାନୀସ୍ଥାନରେ ଶିଖ୍‌ମାନଙ୍କ ଉପରେ ଆକ୍ରମଣ କରାଯିବାର ଦୃଶ୍ୟ ଦେଖାଯାଇଛି । ଏହା ସହ ଆତ୍ମଘାତୀ ଆକ୍ରମଣର ଆନିମେସ୍‌ନ୍‌କୁ ପ୍ରଦର୍ଶୀତ କରାଯାଇଛି ।

- Advertisement -

ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ୍‌ ସହ ଉତ୍ତପ୍ରଦେଶରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ଏଥିରେ ଧମକ ଦିଆଯାଇଛି । ଏହି ସବୁ ରାଜ୍ୟମାନଙ୍କରେ  ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡି କରାଯାଇଛି । ସେଠାରେ ଗୁଇନ୍ଦା ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ହାଇଆଲର୍ଟରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories