www.samajalive.in
Sunday, December 14, 2025
19.1 C
Bhubaneswar

ଅଣସର ଘରେ ଶ୍ରୀଜୀଉ; ବିଶ୍ରାମ କରୁଛନ୍ତି ଦାରୁବ୍ରହ୍ମ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଶ୍ରୀଜୀଉଙ୍କ ହାତୀବେଶ ପରେ ବିଳମ୍ବିତ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଅଣସର ଘରେ ବିଜେ କରିଛନ୍ତି । ବାହୁଡ଼ା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ରାହୁରେଖା ଏବଂ ରତ୍ନଚିତା ବାହାର କରାଯାଇଛି। ଅନ୍ୟପକ୍ଷରେ ସ୍ନାନ ମଣ୍ଡପରେ ସ୍ନାନ ପରେ ବିଳମ୍ବିତ ରାତିରେ ଜ୍ବରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ ।

ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ କରୁଛନ୍ତି ଦାରୁବ୍ରହ୍ମ। ଦଇତାପତିଙ୍କ ଦ୍ବାରା ଗୁପ୍ତସେବା ଆରମ୍ଭ ହୋଇଛି। ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ପୂଜାପାଇଛନ୍ତି ପଟିଦିଅଁ । ଗତକାଲି ବିଳମ୍ବିତ ରାତିରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ଅନବସର ନୀତି ଆରମ୍ଭ ହୋଇଛି। ଦାରୁବ୍ରହ୍ମ ଜ୍ବରରେ ପୀଡ଼ିତ ହୋଇଥିବାରୁ ପଣା, ଚକଟା ଓ ଫଳ ଭୋଗ କରାଯାଇଛି ।

- Advertisement -

ଏହି ସମୟରେ ମହାପ୍ରଭୁ ଶୁକ୍ଳଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିଥାଆନ୍ତି । ଜ୍ବରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବା ସହ ଦଶମୂଳ ମହୋଷଧି ଅର୍ପଣ କରାଯିବ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଚକାବିଜେ କରିବେ ମହାପ୍ରଭୁ । ଆଗାମୀ ୨୯ତାରିଖ ଦିନ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଜୁଲାଇ ୧ରେ ଭକ୍ତଙ୍କ ସହ ନବଦିନ ବ୍ୟାପି ଘୋଷଯାତ୍ରା କରିବେ ମହାପ୍ରଭୁ।

ଗତକାଲି ଆକର୍ଷଣୀୟ ହାତୀବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିର ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ଗଡୁ ପବିତ୍ର ଜଳରେ ସ୍ନାନ କରାଯାଇଥିଲା। ହାତୀବେଶ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଥିଲା ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଦର୍ଶନକରି ଭକ୍ତିଭାବରେ ବିଭୋର ହୋଇଥିଲେ ଭକ୍ତ। ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ଦୁଇବର୍ଷ ପରେ ଶ୍ରୀଜୀଉଙ୍କୁ ସ୍ନାନମଣ୍ଡପରେ ଦେଖିବାର ସୁଯୋଗ ପାଇଥିଲେ ଶ୍ରଦ୍ଧାଳୁ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories