www.samajalive.in
Sunday, December 14, 2025
15.1 C
Bhubaneswar

୧୦୮ କଳସୀ ମହାନଦୀ ଜଳରେ ସ୍ନାନ ପରେ ମହାପ୍ରଭୁଙ୍କ ଗଜାନନ ବେଶ

ବୌଦ୍ଧ: ବୌଦ୍ଧରେ ରଥଯାତ୍ରା ମହା ସମାରୋହରେ ପାଳନ କରାଯାଉଥିବା ବେଳେ ଆଜି ସମସ୍ତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣମୀ ପାଳନ କରାଯାଇଛି। ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜ ତରଫରୁ ସେବକମାନେ ୧୦୮ କଳସୀରେ ମହାନଦୀରୁ ଏକ ଶୋଭାଯାତ୍ରାରେ ଜଳ ଆଣିଥିଲେ। ପହଣ୍ଡିଆ ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡି ବିଜେକରି ସ୍ନାନମଣ୍ଡପକୁ ଆଣିବାପରେ ନିତିକାନ୍ତି ଅନୁସାରେ ପୁଜାଧ୍ୱଜା ଅନୁଷ୍ଠିତ ହୋଇଥିଲା। ପଣ୍ଡିତମାନଙ୍କ ଦ୍ୱାରା ବେଦପାଠ ଏବଂ ସଂକୀର୍ତନ ମଣ୍ଡଳିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରାଯାଇଥିଲା।

ଚତୁର୍ଦ୍ଧାମୂର୍ତିଙ୍କୁ ୧୦୮ କଳସୀ ମହାନଦୀ ଜଳରେ ସ୍ନାନ କରାଯାଇଥିଲା। ପୁଜକ ଭାବେ ବିଭୁଦତ ପଣ୍ଡା ଏବଂ କର୍ତାଭାବେ ଅଖିଳଚାନ୍ଦ ମହାପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ। ସ୍ନାନପରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସମାଜ ପକ୍ଷରୁ ସଭାପତି ଗୁରୁ ପ୍ରସାଦ ଦାଶ, ସଂପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ସଂଗଠନ ତରଫରୁ ସଞ୍ଜୀବ କୁମାର ପଣ୍ଡା ଓ ମାନସ କୁମାର ମିଶ୍ର ସମସ୍ତ ନିତିକାନ୍ତି ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories