www.samajalive.in
Sunday, December 14, 2025
15.1 C
Bhubaneswar

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ରଙ୍କ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବୋଲଗଡ଼ର ଗାନ୍ଧୀ ଭାବରେ ପରିଚିତ ନୀଳକଣ୍ଠ ମିଶ୍ରଙ୍କ ୧୭ତମ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶା ସ୍କାଉଟ୍ ଓ ଗାଇଡ୍ କମିଶନର କାଳି ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଦେଶମାତୃକାକୁ ସ୍ୱାଧୀନ କରିବା ପାଇଁ ସ୍ୱର୍ଗତ ମିଶ୍ରଙ୍କର ତ୍ୟାଗ ଓ ସଂଗ୍ରାମ ଅତୁଳନୀୟ। ସେଥିପାଇଁ ସେ ବାରମ୍ବାର କାରାବରଣ କରିଛନ୍ତି। ତଥାପି ଗାନ୍ଧୀବାଦୀ ଆଦର୍ଶରୁ ବିଚ୍ୟୁତ ନହୋଇ ଦେଶ ସ୍ୱାଧୀନତାପ୍ରାପ୍ତି ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରଖିଥିଲେ।

ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମ ସହ ସମାଜସେବା କରିବା ସ୍ୱର୍ଗତ ମିଶ୍ରଙ୍କର ଜୀବନର ଦୁଇଟି ପ୍ରମୁଖ ଦିଗ ଥିଲା। ତେଣୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା ଦୁଃଖିରଙ୍କି ଓ ଅଭାବୀ ଜନତାଙ୍କ ସେବାରେ ସେ ନିଜକୁ ନିୟୋଜିତ କରିଥିଲେ। ସେ ନିଜ ଗ୍ରାମ କଣ୍ଟାବାଡ଼ରେ ନୀଳକଣ୍ଠ ମିଶ୍ର ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ। ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନର ସମ୍ପାଦକ ଶିବନାରାୟଣ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଡ. ସୁରେନ୍ଦ୍ର ମୋହନ ମିଶ୍ର, ବିଜୟ କୁମାର ତ୍ରିପାଠୀ, ପ୍ରମେଶ ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ନୀଳକଣ୍ଠ ମିଶ୍ରଙ୍କ ଜୀବନର ବିଭିନ୍ନ ଦିଗ ଓ ବର୍ତ୍ତମାନର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ସୁଶ୍ରୀ ଲିପ୍ସା ମିଶ୍ରଙ୍କୁ ସବୁଜ ପରୀ ସମ୍ମାନ, ପ୍ରଦୀପ କୁମାର ରାଉତରାୟଙ୍କୁ ବିଶିଷ୍ଟ କ୍ରୀଡ଼ା ସଂଗଠକ ସମ୍ମାନ, ବିଶ୍ୱବିସୃତ ତ୍ରିପାଠୀଙ୍କୁ ଶିକ୍ଷା ପ୍ରଦୀପ ସମ୍ମାନ, ଅସିତ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସରପଞ୍ଚ ସମ୍ମାନ, ନିରଞ୍ଜନ ନାୟକଙ୍କୁ ଶ୍ରେଷ୍ଠ ସାମ୍ବାଦିକ, ପୁଷ୍ପାଞ୍ଜଳି ନାୟକଙ୍କୁ ଶ୍ରେଷ୍ଠ ଓଡ଼ିଶୀନୃତ୍ୟ ଗୁରୁ ସମ୍ମାନ, ଓଁମ୍ ପ୍ରକାଶ ବିନ୍ଧାଣୀଙ୍କୁ ଶ୍ରେଷ୍ଠ ଉଦୀୟମାନ ଯୁବ ପରିବେଶପ୍ରେମୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଶାର ୨୦ଜଣ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୀମା ନାରାୟଣ ମିଶ୍ର, ସୁଚସ୍ମିତା ମିଶ୍ର, ଅଙ୍କନ ମିଶ୍ର। ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସିଦ୍ଧନାରାୟଣ ମିଶ୍ର।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories