www.samajalive.in
Sunday, December 14, 2025
19.1 C
Bhubaneswar

ରଜ ପରେ ମୌସୁମୀ !

ଭୁବନେଶ୍ବର : ଆଗୁଆ ମୌସୁମୀକୁ ନେଇ ହୋଇଥିବା ଆକଳନ ଏବେ ବିଳମ୍ବିତ ହୋଇଛି । ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଆସନ୍ତା ୩ ଦିନ ମଧ୍ୟରେ ଛୁଇଁବା ସମ୍ଭାବନା ରହିଛି। ଏଥିପାଇଁ ପାଗ ଅନୁକୂଳ ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା କୃଷିଭିତ୍ତିକ ଗଣପର୍ବ ରଜ ଏଥର ଧୂଳିଆ ବା ଶୁଖିଲା ରହିପାରେ। ଦକ୍ଷିଣ ଓଡ଼ିଶାର ପ୍ରାୟ ସ୍ଥାନରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଛି। ନବରଙ୍ଗପୁର ଜିଲାରେ ବଜ୍ରପାତ ପ୍ରଭାବ ଅଧିକ ରହିଛି। ଜିଲାର ରାଇଘର ଅଞ୍ଚଳରେ ବଜ୍ରାଘାତ​‌େ​‌ର ୩ ଜଣଙ୍କ ମୃତ୍ୟୁ ହୋଇଛି।
ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୩.୧ କିମି ବାୟୁ ମଣ୍ଡଳ ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାପବନ ହୋଇପାରେ। ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତ ଘଟିବାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।
ଅନ୍ୟପକ୍ଷରେ ତାତିରୁ ମିଳୁନାହିଁ ତ୍ରାହି। ସୋମବାର ପୁଣି ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଆଜି ୪୩.୩ ଡିଗ୍ରୀ ସହ ସୁବର୍ଣ୍ଣପୁର ପୁଣି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୯ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବା ବେଳେ ୧୮ ସହରରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ରାଜ୍ୟର କେତେକ ସ୍ଥାନରେ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ଥିବାବେଳେ ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ରହିପାରେ। ଏହାକୁ ଦେଖିଲେ ଆହୁରି ଦୁଇଦିନ ତାତିରୁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ।
ସୋମବାର ବାଲେଶ୍ବର, କେନ୍ଦ୍ରାପଡ଼ା, ନୂଆପଡ଼ା, ଯାଜପୁର ଏବଂ ନୟାଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଲେଖାଏଁ ରହିଛି। ସେହିପରି ଅନୁଗୋଳ ୪୧.୭, ବାରିପଦା ୪୨.୪, ଝାରସୁଗୁଡ଼ା ୪୨.୬, ସମ୍ବଲପୁର ୪୨.୨, ସୁନ୍ଦରଗଡ଼ ୪୨, ହୀରାକୁଦ ୪୨.୬, ତାଳଚେର ୪୨.୨, ବଲାଙ୍ଗୀର ୪୨.୮, ଟିଟିଲାଗଡ଼ ୪୧.୭, ବୌଦ୍ଧ ୪୧.୫, ଢେଙ୍କାନାଳ ୪୦.୩, ବରଗଡ଼ ୪୨, ଭୁବନେଶ୍ବର ୩୮.୬ ଏବଂ କଟକରେ ପାରଦ ୩୯ ଡିଗ୍ରୀ ରେକର୍ଡ ହୋଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories