www.samajalive.in
Saturday, December 13, 2025
18.1 C
Bhubaneswar

ସାଇବର ଅପରାଧକୁ ରୋକିବା ପାଇଁ” ଆମ ପୁଲିସ ” ପକ୍ଷରୁ ଜନ ସଚେତନତା

ରେଙ୍ଗାଲିକ୍ୟାମ୍ପ : ସାମ୍ପ୍ରତିକ ସମାଜରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯେଉଁ ପରିମାଣରେ ମୋବାଇଲର ବ୍ୟବହାର ବୃଦ୍ଧି ପାଇ ଚାଲିଛି,ନେଟ ୱର୍କିଙ୍ଗ କାମ ବଢୁଛି,ସେହି ପରିମାଣରେ ସାଇବର ଅପରାଧ ବୃଦ୍ଧି ପାଇ ଚାଲିଛି। କାହାର ଏ ଟି ଏମ୍ କୁ ହୋଲ୍ଡ କରି ଟଙ୍କା ଚୋରି ତ ଆଉ କେତେବେଳେ ଲୋକଙ୍କ ବ୍ୟାଙ୍କ୍ ବାଲାନ୍ସ ଗୋଟିଏ ମିନିଟ ମଧ୍ୟରେ ଶୁନ ହୋଇଯାଇଛି। ଲୋକ ମାନେ ଜାଣି ପାରୁ ନାହାଁନ୍ତି ଏହି ବିଷୟରେ ,ଯାହା ଫଳରେ ଅପରାଧ ବୃଦ୍ଧି ପାଉଛି।
ତେଣୁ  ଲୋକଙ୍କୁ ଏ ଉପରେ ଅବଗତ କରାଇବା ପାଇଁ,ସଚେତନ କରାଇବା ପାଇଁ ଆଜି ଅତାବିରା” ଆମ ପୁଲିସ ” ପକ୍ଷରୁ ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ଲୋକଙ୍କୁ ସାଇବର ଅପରାଧ ବିଷୟରେ ଅବଗତ କରାଯାଇଥିଲା। ଅଜଣା ନମ୍ୱର୍ ରୁ କିଛି କଲ ଆସିଲେ କିମ୍ବା ଆଧାର କାର୍ଡ ସଂଶୋଧନର ଆଳ, ଏ ଟି ଏମ୍ କାର୍ଡ ବନ୍ଦ ହୋଇଛି ତାକୁ ଚାଲୁ କରିବା ପାଇଁ ଏ ଟି ଏମ୍ ନମ୍ୱର୍ ମାଗିବା ,ଓଟିପି ନମ୍ୱର୍ ମାଗିବା, ଆକାଉଣ୍ଟ ନମ୍ବର ମାଗିବା ଇତ୍ୟାଦିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଅବଗତ କରାଯାଇଥିଲା । ଯାହା କିଛି ଅସୁବିଧା ହେଲେ ସିଧାସଳଖ ଭାବରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ,ଆଧାର କାର୍ଡ ସଂଶୋଧନ କେନ୍ଦ୍ର ଆଦିକୁ ଯାଇ ତାଙ୍କୁ ପଚାରି ବୁଝିବା ଓ ତାର ସତ୍ୟା ସତ୍ୟ ଜାଣିବା। ବେଆଇନ ଭାବରେ ଚାଲିଥିବା ଅର୍ଥନୈତିକ ସଂସ୍ଥା ଓ ଗ୍ରାମାଞ୍ଚଳରେ ଋଣ ଦେଇ ଚଢ଼ା ସୁଦ୍ଧା ଅସୁଲ କରୁଥିବା ରୁଣଦାତାଙ୍କ ଠାରୁ ସତର୍କ ରହିବା ବା ଋଣ ନ ଆଣିବା,ବିଦ୍ୟାଳୟ ସ୍ତରୀୟ ସୁରକ୍ଷା ଉପରେ ଧ୍ୟାନ ଦେବା, ମହିଳା ଓ ଶିଶୁଙ୍କ ସୁରକ୍ଷା ଦେବା ଆଦି ଉପରେ ଜନ ଜାଗରଣ ସୃଷ୍ଟି କରିଥିଲେ। । ଏହା ବ୍ୟତୀତ ଟଙ୍କା ପ୍ରଲୋଭନ ଦେଖାଇ ସୋସିଆଲ ମିଡିଆ  ମାଧ୍ୟମରେ ତଥ୍ୟ ମାଗିବା ଆଦି ଉପରେ ସତର୍କ ରହିବା ପାଇଁ ଲୋକଙ୍କୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଇଥିଲା।ଏହା ବ୍ୟତୀତ ପୁଲିସ ପକ୍ଷରୁ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ବିତରଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଓକିଲ ସଂଘର ସଭାପତି ସୁଶାନ୍ତ ମିଶ୍ର,ଜିଲ୍ଲା ପରିଷଦ ସୁଦାମ ଜାଲ,ଆମ ସହର ଦାୟିତ୍ଵ ଆମରର ବଣ୍ଟି ଶର୍ମା, ରାମଚଣ୍ଡୀ ମନ୍ଦିର ସଭାପତି ଦିବାକର ପ୍ରଧାନ,ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ଯତୀନ କୁମାର ଦାଶ,ଦଇତାରୀ ପ୍ରଧାନ, ଶୁରେନ୍ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories