www.samajalive.in
Tuesday, December 9, 2025
15.1 C
Bhubaneswar

ରୁଟି ପ୍ରସ୍ତୁତ କରିବା ସମୟରେ ଗଣନ୍ତୁ ନାହିଁ ; ଜାଣନ୍ତୁ ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ଓ ପରମ୍ପରା ରହିଛି। ଯାହାକୁ ଅନେକ ପୁରାତନ କାଳରୁ ଲୋକେ ପାଳନ କରି ଆସୁଛନ୍ତି। ଏହି ପରମ୍ପରା ପଛରେ ଧାର୍ମିକ ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ସେହି ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଥାଆନ୍ତି। ସେଭଳି ପରମ୍ପରାରୁ ଗୋଟିଏ ହେଉଛି ରୁଟି ଗଣି କରି ପ୍ରସ୍ତୁତ କରିବା ଉଚିତ ନୁହେଁ। କିମ୍ବା ଗଣି କରି ଖାଇବାକୁ ମଧ୍ୟ ଦିଅନ୍ତୁ ନାହିଁ। ପୂର୍ବରୁ ରୁଟି ପ୍ରସ୍ତୁତ କରିବା ସମୟରେ ଗାଈ,କୁକୁରଙ୍କ ପାଇଁ ରୁଟି ପ୍ରସ୍ତୁତ କରାଯାଉଥିବା ସହ ଆଉ କିଛି ରୁଟି ମଧ୍ୟ ପ୍ରସ୍ତୁତ କରାଯାଏ। କୌଣସି ଅତିଥି ପହଞ୍ଚିଲେ ହେଉ କିମ୍ବା ଅସହାୟ ଉପସ୍ଥିତ ହେଲେ ସେ ଭୋକିଲା ନ ରହିବା ପାଇଁ ଏପରି କରାଯାଇଥାଏ। ସେହିପରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ରୁଟି ଗଣି କରି ପ୍ରସ୍ତୁତ କରିବାକୁ ବାରଣ କରିଥାଆନ୍ତି। ଏହା ପଛରେ ଥିବା ଉଭୟ ବୈଜ୍ଞାନିକ ଓ ଧାର୍ମିକ କାରଣ ଜାଣନ୍ତୁ….
ରୁଟି ପ୍ରସ୍ତୁତ କରିବା ପୂର୍ବରୁ ଚକଟା ଅଟାର ଗୁଳାକୁ ଗଣି କରି ରୁଟି ପ୍ରସ୍ତୁତ କରିବା ଦ୍ୱାରା ବଳକା ଅଟାକୁ ଫ୍ରିଜରେ ରଖି ଦେଇଥାଆନ୍ତି। ଫଳରେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ଥାଆନ୍ତି। ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ହୋଇଥାଆନ୍ତି। ଫ୍ରିଜରେ ଥିବା ବଳକା ଅଟାର ରୁଟି ଖାଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ମଧ୍ୟ ହୋଇଥାଏ।
ଗଣି କରି ରୁଟି ପ୍ରସ୍ତୁତ କରିବା ଦ୍ୱାରା ବଳକା ଚକଟା ଅଟାକୁ ସଭିଏଁ ଫ୍ରିଜରେ ରଖି ଦେଇଥାଆନ୍ତି। ରୁଟିର ସମ୍ବନ୍ଧ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ସହ ଜଡିତ ବୋଲି ମାନ୍ୟତା ରହିଛି। ମାତ୍ର ବଳକା ଅଟାରେ ବ୍ୟାକ୍ଟେରିଆ ସୃଷ୍ଟି ପରେ ଏହାର ସମ୍ବନ୍ଧ ରାହୁ ସହ ହୋଇଥାଏ ବୋଲି କୁହାଯାଏ। ସେହି ଅଟାର ରୁଟି ପ୍ରସ୍ତୁତ କରି ଖାଇବା ଦ୍ୱାରା ଘରେ କିମ୍ବା ବାହାରେ କଥାବାର୍ତ୍ତା କରିବା ସମୟରେ ସ୍ୱର ଉଚ୍ଚ ହେବା ସହ କ୍ରୋଧ ଆସିଥାଏ। ଯାହା କଳହର କାରଣ ହେବା ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥାଏ। ଘରେ ଶାନ୍ତିର ବାତାବରଣ ରଖିନଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories