www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ; ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ଗତକାଲି ଦିନ ୧୧.୩୦ ମିନିଟ ସମୟରେ ମନ୍ତ୍ରୀ ଶ୍ରୀ ମୁଣ୍ଡା  ଉତ୍କେଲା ଏୟାର ଷ୍ଟ୍ରିପ ଠାରେ ପହଞ୍ଚିଥିଲେ। ରାଷ୍ଟ୍ର ଅତିଥି ରୁପେ କେନ୍ଦ୍ରମନ୍ତ୍ରୀଙ୍କୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ପ୍ରଶାସନ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୋମେଶ କୁମାର ଉପାଧ୍ୟାୟ ସ୍ବାଗତ କରିଥିଲେ ।  ପ୍ରଥମେ କେନ୍ଦ୍ର ମନ୍ତ୍ରୀ କେସିଙ୍ଗା ଏନ୍.ଏ.ସି ଅନ୍ତର୍ଗତ ବୋରିଂପଦର୍ ସ୍ଥିତ ପୁନର୍ବାସ କଲୋନୀ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୪ଟି ହିତାଧିକାରୀ ପରିବାରବର୍ଗଙ୍କୁ ଭେଟି ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ ।

କଲୋନୀରେ ପ୍ରଶାସନ ତରଫରୁ କରାଯାଇଥିବା ରାସ୍ତା, ଲାଇଟ୍, ଡ୍ରେନଓ ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ଏହାପରେ କେସିଙ୍ଗା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍କୁଲର ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ, ଶୌଚାଳୟ ପରିଦର୍ଶନ କରିଥିଲେ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। କେସିଙ୍ଗା ସ୍ଥିତ ସି.ଏଚ.ସି ଡାକ୍ତରଖାନା ପରିଦର୍ଶନ କରି କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ପରେ ଭବାନୀପାଟଣା ପହଞ୍ଚିବା ପରେ ସୁକୁନାଭଟା ସ୍ଥିତ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଗ୍ରାମ୍ୟ ପାର୍କ ପରିଦର୍ଶନ କରି ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଭେଟିଥିଲେ । ଏହାପରେ ଭଙ୍ଗାବାରି ସ୍ଥିତ ନିର୍ମାଣଧିନ ସରକାରୀ ମେଡିକାଲ କଲେଜର ଅଗ୍ରଗତିକୁ ଦେଖିଥିଲେ । ୫-ଟି ହାଇସ୍କୁଲ ରୂପାନ୍ତରଣ ଅନ୍ତର୍ଭୁକ୍ତ ମାଣିକେଶ୍ଵରୀ ହାଇସ୍କୁଲ ପରିଦର୍ଶନ ସହ ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ପଲିଟେକନିକ୍ କେନ୍ଦ୍ରର ତାଲିମ ନେଉଥିବା ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ ସହ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକର କାର୍ଯକ୍ରମ ରହିଛି ।

- Advertisement -

ଏହି କେନ୍ଦ୍ର ମନ୍ତ୍ରୀଙ୍କ ପରିଦର୍ଶନ କାର୍ଯ୍ୟକ୍ରମରେ ଧର୍ମଗଡ ଉପଜିଲ୍ଲାପାଳ ସଚିନ ପୱାର , ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା କସ୍ତୁରୀ ମିଶ୍ର, ଡି.ଡି, ପ୍ଲାନିଂଶ୍ରୀକାନ୍ତ ଦଳେଇ, ଜିଲ୍ଲା ଶିକ୍ଷା ଅଧିକାରୀ  ସୁଶାନ୍ତ ଚୋପଦାର,  ଜିଲ୍ଲା ସୂଚନ ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା, ଇ ଓ, ଏନ୍ ଏ ସି , କେସିଙ୍ଗା କିରଣ ବେହେରା, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଅଜିତ ଉତ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପରେ କଳାହାଣ୍ଡି ଜିଲ୍ଲାରେ କେତେ ସଫଳତାର ସହ କେନ୍ଦ୍ର ଜନକଲ୍ୟାଣ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି ସେନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ , ବାସ୍ତବ ସ୍ଥିତି ନିରୀକ୍ଷଣ , ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ହିତାଧୀକାରୀ , ସ୍ଥାନୀୟ ସାଂସଦ , ବିଧାୟକ , ବ୍ଲକ ଅଧ୍ୟକ୍ଷ , ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧ୍ଵ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।

କେନ୍ଦ୍ର ସରକାର ୨୦୧୮ ମସିହା ଜାନୁଆରୀରୁ ଶିକ୍ଷା , ସ୍ବାସ୍ଥ୍ୟ , ମୌଳିକ ଆବଶ୍ୟକତା , ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ ଦେବା ଲାଗି ‘ ଆକାଂକ୍ଷୀ ଜିଲ୍ଲା ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସମଗ୍ର ଦେଶର ମୋଟ ୧୧୫ଟି ପଛୁଆ ଜିଲ୍ଲାକୁ ନିଆଯାଇଥିଲା । ସେଥିରେ ଓଡ଼ିଶାର କଳାହାଣ୍ଡି ସମେତ ୧୦ଟି ଜିଲ୍ଲା ରହିଛି । ଏସବୁ ଜିଲା ପାଇଁ ୧୦ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ମଝିରେ ମଝି ଜିଲ୍ଲା ଗସ୍ତ କରି କେଉଁଭଳି ଭାବେ କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି , ତାହା ଉପରେ ସମୀକ୍ଷା କରୁଛନ୍ତି । ଅପରପକ୍ଷେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଯେପରି ଭଲ ପ୍ରଦର୍ଶନ କରିବ ସେନେଇ ଏବେଠୁ ରଣନୀତି ପ୍ରସ୍ତୁତ ସହ ସ୍ଥାନୀୟ ବିଜେପି ନେତାଙ୍କ ସହ ଆଲୋଚନା କରି ଜିଲ୍ଲା ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି ।

ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ରିଷଗାଁରେ ସ୍ଥିତ ଏସ.ଏନ ସଭା ଗୃହରେ ଜିଲ୍ଲାସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସାଂସଦ ବସନ୍ତ ପଣ୍ଡା ,ଭବେନ୍ଦ୍ର ପଣ୍ଡା, ନମିତା ରାଣୀ ସାହୁ, ପୂର୍ବତନ ମନ୍ତୀ ହିମାଂଶୁ ମେହେର, ଜୁନାଗଡ ନଗରପାଳ ମୁକେଶ ଅଗ୍ରବାଲ, ମନୋଜ ମେହେର, ପ୍ରମୁଖ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ମୁଣ୍ଡା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ସାଧାରଣ ଲୋକଙ୍କୁ ଅବଗତ କରାଇବା ସହ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories