www.samajalive.in
Thursday, December 11, 2025
27.1 C
Bhubaneswar

ଘରୋଇ ବସ୍‌ ଦୁର୍ଘଟଣା; ୨ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଚିନ୍ତୁର ନିକଟରେ ଏକ ଘରୋଇ ବସ୍‌ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ମୃତ ୫ଜଣଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ସୂଚନା ମିଳିଛି । ତାହା ସହ ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ମୋଟୁ‌ଠାରୁ ପ୍ରାୟ ୧୦ କିମି ଦୂର ଆନ୍ଧ୍ରପ୍ରଦେଶର ଚିନ୍ତୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସଙ୍ଗୀତା ନାମକ ଘରୋଇ ବସ ଦୁର୍ଘଟଣା ହେବା ଫଳରେ ୨ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ବସଟି ଓଡିଶାର ନୂଆପଡା‌ ଜିଲ୍ଲା ସିନୀପାଲି ଠାରୁ ଶ୍ରମିକ ମାନଙ୍କୁ ନେଇ‌ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା । ଯିବା ସମୟରେ ଚିନ୍ତୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା।  ଯାହାଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହେବା ସହ ୧୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହାତ ହୋଇଛନ୍ତି । ଆହାତଙ୍କୁ ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇବା ପରେ ଆନ୍ଧ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି‌ ତଦନ୍ତ‌ କରୁଥିବା ସୂଚନା ମିଳିଛି  ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories