www.samajalive.in
Sunday, December 7, 2025
14.1 C
Bhubaneswar

ସ୍ୱାଦିଷ୍ଟ ବେସନ ପୁରୀ ଚାଟ୍‍

ଆବଶ୍ୟକ ସାମଗ୍ରୀ
ମଇଦା – ୨୫୦ ଗ୍ରାମ
ସିଝା ଆଳୁ – ୨ଟି
ସିଝା ବୁଟ – ୩୦୦ ଗ୍ରାମ
ବେସନ – ୧୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ଅନୁସାରେ
ଗରମ ମସଲା – ଅଳ୍ପ
ଦହି – ୫୦୦ ଗ୍ରାମ
ତେନ୍ତୁଳି ରସ – ଅଳ୍ପ
କଞ୍ଚାଲଙ୍କା ବଟା – ଅଳ୍ପ
ଡ଼ାଳିମ୍ବ ମଞ୍ଜି – ଅଳ୍ପ
ଛଣା ସେଉ – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲୁଣ ପକାଇ ମଇଦାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ବେସନରେ ଅଳ୍ପ ତେଲ, ଲୁଣ ପକାଇ ଚକଟି ଦିଅନ୍ତୁ। ଏବେ ମଇଦାରୁ ଗୋଲ ଆକାରର ଗୁଳା କରି ଓ ବେସନରୁ ଛୋଟ ଛୋଟ ଗୁଳା କରନ୍ତୁ। ମଇଦା ଗୁଳାକୁ ହାତରେ ସାମନ୍ୟ ଚେପଟା କରି ଏହା ମଧ୍ୟରେ ବେସନ ଗୁଳାକୁ ରଖି ବେଲି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ ଛାଣି ଦିଅନ୍ତୁ। ଏବେ ସିଝା ଆଳୁରେ କଞ୍ଚାଲଙ୍କା, ଲୁଣ, ଗରମ ମସଲା, ଚଣାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଛଣା ହୋଇଥିବା ପୁରୀ ଉପରେ ପକାଇ କଟା ଧନିଆ ପତ୍ର, ଛଣା ସେଉ, ଡ଼ାଲିମ୍ବ ମଞ୍ଜି, ତେନ୍ତୁଳି ରସ ଆଦି ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ବେସନ ପୁରୀ ଚାଟ୍‍ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories