www.samajalive.in
Saturday, December 13, 2025
26.1 C
Bhubaneswar

ମୁଶରଫଙ୍କ ଅବସ୍ଥା ସଙ୍କଟାପନ୍ନ

ଇସ୍‌ଲାମାବାଦ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ସୁଧୁରିବାର ଆଶା କ୍ଷୀଣ। ସେ ଦୁବାଇସ୍ଥିତ ନିଜ ଘରେ ଅଛନ୍ତି। ତାଙ୍କ ପାଇଁ ଦେଶବାସୀ ପ୍ରାର୍ଥନା କରନ୍ତୁ। ଏପରି ନିବେଦନ କରିଛନ୍ତି ତାଙ୍କ ପରିବାର। ମୁଶରଫ ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ। ବେନଜିର ଭୁଟ୍ଟୋ ପ୍ରଧନମନ୍ତ୍ରୀ ହେବା ପରେ ସେ ଦେଶ ଛାଡ଼ି ପଳାଇବା ସହ ୨୦୧୬ରୁ ଦୁବାଇ​ରେ ବସବାସ କରୁଛନ୍ତି। ଭୁଟ୍ଟୋ ସରକାରଙ୍କୁ ପଳାତକ ଘୋଷଣା କରିଥିଲେ। ପରେ ପାକିସ୍ତାନ ଫେରିବା ପାଇଁ ବହୁ ଉଦ୍ୟମ କରି ମଧ୍ୟ ମୁଶରଫ ସଫଳ ହୋଇ ନାହାନ୍ତି। ତାଙ୍କୁ ଏବେ ୭୮ବର୍ଷ। ନିକଟରେ ସେ ପ୍ରାୟ ତିନି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ପୁଅ ବିଲାଲଙ୍କ ସୂଚନା ଆଧାରରେ କହିଛନ୍ତି ମୁଶରଫଙ୍କ ପ୍ରତିଷ୍ଠିତ ଅଲ୍‌ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ସଭାପତି ଇଫଜାଲ ସିଦ୍ଦିକି। ୨୦୧୮ରୁ ସେ ‘ଆମିଲୋଇଡୋସିସ୍’ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଚିକିତ୍ସା ପାଇଁ ସେ ଆମେରିକା ଓ ଲଣ୍ଡନ ଯାଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories