www.samajalive.in
Saturday, December 13, 2025
26.1 C
Bhubaneswar

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା : ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

କଟକ  : ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। ଓଡ଼ିଶା ମହିଳା ଦଳ ରୌପ୍ୟ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ମହିଳା ବିଭାଗ ଫାଇନାଲରେ ଓଡ଼ିଶା ୧-୪ ଗୋଲରେ ହରିୟାଣା ନିକଟରୁ ପରାଜିତ ହୋଇଛି। ଓଡ଼ିଶା ପକ୍ଷରୁ ସୁନିଲିତା ଟପ୍ପୋ ୪୫ ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ।

କାଂସ୍ୟ ବିଜୟୀ ଓଡ଼ିଶା ପୁରୁଷ ହକି ଦଳ

ସେହିପରି ପୁରୁଷ ବିଭାଗ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଓଡ଼ିଶା ୮-୦ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି କାଂସ୍ୟ ପଦକ ବିଜୟୀ ହୋଇଛି। ଓଡ଼ିଶା ପକ୍ଷରୁ ପୌଲସ ଲାକ୍ରା ୪୧ , ୫୮ମିନିଟ୍‌ରେ ଓ ଅନମୋଲ ଏକ୍କା ୨୦ ଓ ୫୧ ମିନିଟ୍‌ରେ ଦୁଇଟି ଲେଖାଏଁ, ରୋହିତ ସିଂହ ୪୮, ଆର୍ଯ୍ୟନ ଏକ୍କା ୪୮, ଲାବନ ଲୁଗୁନ ୨୩ ଓ ରୋଶନ କୁଜୁର ୩୧ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଏଥି ସହିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀଙ୍କ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ଭାରୋତ୍ତୋଳନରେ ପୁନିତ ଚନ୍ଦ୍ର ସାହୁ ରୌପ୍ୟ , ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ଏ ଗ୍ରେସସେନ ଜିଭା କାଂସ୍ୟ, ପୁୁରୁଷ ଭାରୋତ୍ତୋଳନରେ କୁଳଦୀପ୍‌ ସାହୁ ସ୍ବର୍ଣ୍ଣ ଓ ମହିଳା​‌ ଉଚ୍ଚଡିଅଁାରେ ସବିତା ଟପ୍ପୋ କାଂସ୍ୟ ଓ ଆର୍ଯ୍ୟନ ଏକ୍କା କାଂସ୍ୟ ପଦକ ବିଜୟୀ ହୋଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories