www.samajalive.in
Tuesday, December 9, 2025
15.1 C
Bhubaneswar

କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ ‘ପରିବର୍ତ୍ତନ‘ର ଶୁଭାରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ ‘ପରିବର୍ତ୍ତନ’ର ଶୁଭାରମ୍ଭ ଫୁଲବାଣୀ ପଞ୍ଚାୟତ ସମିତି ପ୍ରଶାସନ ତରଫରୁ କେରେଡି ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କଂହର, ସମ୍ମାନୀତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ, କେରେଡି ପଞ୍ଚାୟତ ସରପଞ୍ଚ ବିନିତା କଂହର, ସମିତି ସଭ୍ୟ ଦେବନାରାୟଣ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କଳ୍ପନା ଦଳାଇ, ଭାରପ୍ରାପ୍ତ ସମନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରିଷ୍ଣା କୁମାରୀ ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ସମ୍ପାଦିକା ମା’ ମଙ୍ଗଳା ପଞ୍ଚାୟତ ସ୍ତରୀୟ ସଂଘ କେରେଡି ସୁଷମା ସାହୁ ଉପସ୍ଥିତ ଥିଲେ। ଓଡ଼ିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ସବିତା ସୁବୁଦ୍ଧି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ଲକ ବୈଷୟିକ ସଂଯୋଜକ ଜାଜୁଲ୍ୟମୟ ପାତ୍ର, ସମନ୍ୱିତ ଶିଶୁ ବିଭାଗ ପର୍ଯ୍ୟବେକ୍ଷକ ଆନନ୍ଦିନୀ ମହାନ୍ତି, ସ୍ବାସ୍ଥ୍ୟ ବିଭାଗର କର୍ମୀ, ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି କ୍ୟାଡ଼ରମାନେ ସହଯୋଗ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କାର୍ଯ୍ୟକ୍ରମ ବିଷୟରେ ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ସଚେତନ କରାଇଥିଲେ ଓ ଗୋଟିଏ ପାଦ ଆଗକୁ ଯାଇ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣ ଉପରେ କିପରି ପରିବର୍ତ୍ତନ ହେବ ବୁଝାଇଥିଲେ। ସର୍ବଶେଷରେ ସୁଶ୍ରୀ ସବିତା ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories