www.samajalive.in
Sunday, December 7, 2025
26.1 C
Bhubaneswar

ନମାଜ ପରେ ଦିଲ୍ଲୀର ଜାମା ମସଜିଦ୍‌ରେ ବିରୋଧ ପ୍ରଦର୍ଶନ

ଡେସ୍କ: ଦଳରୁ ନିଲମ୍ବିତ ବିଜେପି ନେତା ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ବିରୋଧ କରି ଆଜି ଦିଲ୍ଲୀର ଜାମା ମସଜିଦରେ ବିରୋଧ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ ପୁଲିସ କହିଛି ଯେ ସେମାନେ ବିରୋଧକାରୀଙ୍କୁ ହଟାଇ ଦେଇଛନ୍ତି ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ପୂର୍ବରୁ ମସଜିଦ୍ ଦ୍ୱାରା ବିରୋଧ ପ୍ରଦର୍ଶନ କରାଯିବା ନେଇ କୌଣସି ସୂଚନା ଦିଆଯାଇନଥିଲା ବୋଲି ପୁଲିସ କହିଛି। ଜାମା ମସଜିଦ ଶାହି ଇମାମ କହିଛନ୍ତି ଯେ, ବିରୋଧ କରୁଥିବା ବ୍ୟକ୍ତି କିଏ ତାହା ଆମେ ଜାଣି ନାହୁଁ। ସେମାନେ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମ କିମ୍ବା ୱବେସୀଙ୍କ ଲୋକ ତାହା ଜଣାପଡିନାହିଁ। ଆମେ ଏହା ସ୍ପଷ୍ଟ କରିଛୁ ଯେ ଯଦି ସେମାନେ ବିରୋଧ କରିବାକୁ ଚାହାଁନ୍ତି, ସେମାନେ କରିପାରିବେ, କିନ୍ତୁ ଆମେ ସମର୍ଥନ କରିବୁ ନାହିଁ।

ସଂଖ୍ୟାଲଘୁଙ୍କ ବିରୋଧରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଏହି ବିବାଦ ଉପୁଜିଥିଲା। କେତେକ ବାହାର ଦେଶ ଏହାର ପ୍ରତିବାଦ କରିଛନ୍ତି। ତେବେ ଗୁରୁବାର ଦିନ ଭାରତ ଦୋହରାଇଛି ଯେ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ସରକାରଙ୍କ ମତକୁ ପ୍ରତିଫଳିତ କରୁନାହିଁ ଏବଂ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

- Advertisement -

ବୈଦେଶିକ ଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଟ୍ୱିଟ୍ ଏବଂ ମନ୍ତବ୍ୟରେ ସରକାରଙ୍କ ମତ ପ୍ରତିଫଳିତ ହେଉନାହିଁ ବୋଲି ସ୍ପଷ୍ଟ କରିଛୁ। ଯେଉଁମାନେ ମନ୍ତବ୍ୟ ଏବଂ ଟ୍ୱିଟ୍ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତେବେ ଏହି ଘଟଣା ନେଇ ଦିଲ୍ଲୀ ପୁଲିସ୍ ଦୁଇଟି ମାମଲା ପଞ୍ଜୀକୃତ କରିଛି। ଗୋଟିଏ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିରୁଦ୍ଧରେ ଏବଂ ଅନ୍ୟଟି ୩୧ ଜଣଙ୍କ ବିରୁଦ୍ଧରେ ଯେଉଁଥିରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ୱେବେସୀ ଓ ବିବାଦୀୟ ପୁରୋହିତ ୟତି ନରସିଂହାନନ୍ଦ ଅଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories