www.samajalive.in
Sunday, December 14, 2025
14.1 C
Bhubaneswar

ଜାତିସଂଘ ସୁରକ୍ଷା ପରିଷଦକୁ ଜାପାନ ଦୁଇ ବର୍ଷ ପାଇଁ ନିର୍ବାଚିତ

ଡେସ୍କ: ଜାତିସଂଘ ସୁରକ୍ଷା ପରିଷଦରେ ୨୦୨୩ ଏବଂ ୨୦୨୪ ପାଇଁ ଅସ୍ଥାୟୀ ଆସନ ନିମନ୍ତେ ହୋଇଥିବା ନିର୍ବାଚନରେ ପାଞ୍ଚଟି ଦେଶ ମଧ୍ୟରେ ଜାପାନ ରହିଛି। ଅନ୍ୟ ୪ଟି ଦେଶ ସ୍ୱିଜରଲାଣ୍ଡ, ମୋଜାମ୍ବିକ, ମାଲଟା ଏବଂ ଇକ୍ୟୁଏଡର୍ ମଧ୍ୟ ଆସନ୍ତା ବର୍ଷ ଆରମ୍ଭରୁ ଅସ୍ଥାୟୀ ସଦସ୍ୟ ପଦ ଗ୍ରହଣ କରିବ। ନୂତନ ଭାବେ ନିର୍ବାଚିତ ୫ଟି ଦେଶ ଭାରତ, ନରୱେ, କେନିଆ, ମେକ୍ସିକୋ ଏବଂ ଆୟର୍ଲାଣ୍ଡ ବଦଳରେ ଏହି ଆସନ ଗ୍ରହଣ କରିବେ।

୧୫ ଜଣ ସଦସ୍ୟଙ୍କୁ ନେଇ ଜାତିସଙ୍ଘ ସୁରକ୍ଷା ପରିଷଦ ଗଠିତ, ସେମାନଙ୍କ ମଧ୍ୟରୁ ଆମେରିକା, ରୁଷ, ଚୀନ୍, ଫ୍ରାନ୍ସ ଏବଂ ବ୍ରିଟେନ ସ୍ଥାୟୀ ସଦସ୍ୟ ହୋଇଥିବା ବେଳେ ଅନ୍ୟ ଦଶଟି ପଦବୀ ମଧ୍ୟରୁ ୫ଟି ଆସନ ପାଇଁ ପ୍ରତିବର୍ଷ ଘୋଷିତ ହୁଏ। ଗୁପ୍ତ ବାଲଟ ଜରିଆରେ ଜାତିସଂଘର ସାଧାରଣ ସଭାରେ ଜାପାନ, ସ୍ୱିଜରଲ୍ୟାଣ୍ଡ, ମୋଜାମ୍ବିକ, ମାଲ୍ଟା ଏବଂ ଇକ୍ୟୁଏଡର ନିର୍ବାଚିତ ହୋଇଛନ୍ତି। ୧୯୩ ସଦସ୍ୟଙ୍କ ମଧ୍ୟରୁ ଜାପାନକୁ ୧୮୪ଟି ଭୋଟ୍ ମିଳିଥିଲା ବେଳେ ମୋଜାମ୍ବିକ୍ ୧୯୨, ସ୍ୱିଜରଲ୍ୟାଣ୍ଡ ୧୮୭, ମାଲ୍ଟା ୧୮୫ ଏବଂ ଇକ୍ୟୁଏଡର୍ ୧୯୦ ଭୋଟ ପାଇଥିବା ଜଣାପଡିଛି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories