www.samajalive.in
Tuesday, December 9, 2025
17.1 C
Bhubaneswar

ରିଲିଜ୍ ହେଲା ‘ଓମ୍‌-ଦି ବ୍ୟାଟେଲ୍‌ ୱିଦିନ୍‌’ ଟ୍ରେଲର: ପ୍ରଥମ ଥର ପାଇଁ ଆକ୍ସନ ଅବତାରରେ ଆଦିତ୍ୟ

ମୁମ୍ବାଇ: ବଲିଉଡ଼ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଆଗାମୀ ଆକ୍ସନ-ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର ‘ଓମ୍‌-ଦି ବ୍ୟାଟେଲ୍‌ ୱିଦିନ୍‌’ ଟ୍ରେଲର ଶୁକବ୍ରାର ରିଲିଜ୍‌ ହୋଇଛି। ଏଥିରେ ଅଭିନେତାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି। ଟ୍ରେଲର ଦେଖି ଏହା କୁହାଯାଇପାରେ ଯେ, ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମ ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ।

ଟ୍ରେଲରରେ ଅଭିନେତ ତାଙ୍କ ଅତୀତର ପ୍ରଶ୍ନର ଉତ୍ତର ଖୋଜୁଥିବା ନଜର ଆସିଛନ୍ତି। ଏଥି ସହ ସେ ତାଙ୍କ ପିତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲରରୁ ଜଣାପଡ଼ୁଛି ଯେ, ଫିଲ୍ମର କାହାଣୀ ଦେଶଭକ୍ତିରେ ପରିପୂର୍ଣ୍ଣ। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ଆଦିତ୍ୟ ରୟ କପୁରଙ୍କୁ ଅତ୍ୟନ୍ତ ସାହସୀ ଓ ଆକ୍ରମଣାତ୍ମକ ଭୂମିକାରେ ଦେଖିବାକୁ ମିଳିବ।

- Advertisement -


‘ଓମ୍‌-ଦି ବ୍ୟାଟେଲ୍‌ ୱିଦିନ୍‌’ରେ ଆଦିତ୍ୟଙ୍କ ବ୍ୟତୀତ ସଞ୍ଜନା ସାଂଘୀ, ଜ୍ୟାକି ଶ୍ରଫ୍‌, ପ୍ରକାଶ ରାଜ ଓ ଆଶୁତୋଷ ରାଣାଙ୍କ ଭଳି କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଜି ଷ୍ଟୁଡିଓ, ଅହମଦ ଖାନ ଓ ସାୟରା ଖାନଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି କପିଲ ବର୍ମା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories