ଅଧିକାଂଶ ଲୋକେ ନିଜର ଓଜନକୁ ବୃଦ୍ଧି ପାଇଁ ଖୁବ ଚିନ୍ତିତ। ଯେତେ ସହଜରେ ଓଜନ ବଢିଥାଏ,ସେମାନଙ୍କୁ ତାହା ହ୍ରାସ କରିବାକୁ ଅଧିକ ସମୟ ଲାଗି ଥାଏ ବୋଲି କୁହାଯାଏ। ଓଜନ ହ୍ରାସ ପାଇଁ ମାସ ମାସ ଧରି ଡାଏଟିଙ୍ଗ, ବ୍ୟାୟାମ କରିବା ସହ ହାଲକା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ତେବେ ଓଜନ ହ୍ରାସ ପାଇଁ ଏକ ଉତ୍ତମ ବିକଳ୍ପ ହେଉଛି ରସୁଣ। ଖାଦ୍ୟର ସ୍ୱାଦ ବୃଦ୍ଧି କରୁଥିବା,ପୋଷକ ତତ୍ତ୍ୱରେ ଭରପୁର ରସୁଣ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଜାଣନ୍ତୁ….
ରସୁଣରେ ଫାଇବର,କ୍ୟାଲସିୟମ,ଭିଟାମିନ ବି ୬, ଭିଟାମିନ ସି ଆଦି ରହିଛି। ଏହି ସମସ୍ତ ଉପାଦାନ ଓଜନ ହ୍ରାସରେ ସହାୟକ ହୋଇଥାଏ।
ରସୁଣ ଶରୀରରୁ ବିଷାକ୍ତ ପଦାର୍ଥ ଓ ହାନିକାରକ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ରସୁଣ ଶରୀରରେ ଅତିରିକ୍ତ ମେଦବୃଦ୍ଧି ହେବାକୁ ଦେଇନଥାଏ।
ରସୁଣ ଭୋକ କମ କରିବାର ଗୁଣ ରହିଛି। ଫଳରେ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଅଧିକ ସମୟ ଯାଏଁ ପେଟ ପୁରିବା ଭଳି ଅନୁଭବ ହୋଇଥାଏ। ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ।
ରସୁଣରେ କମ କ୍ୟାଲୋରୀ ହେବା ସହ ଏହା ଓଜନ ହ୍ରାସ କରିଥାଏ।
ଏଭଳି ଖାଆନ୍ତୁ ରସୁଣ ….
ନିୟମିତ ସକାଳେ ଗୋଟିଏ ରସୁଣ ଖାଇବା ସହ ଉଷୁମ ପାଣି ପିଅନ୍ତୁ।
ରାତିରେ ଏକ ଗ୍ଲାସ ପାଣିରେ ରସୁଣ ଭିଜାଇ ରଖି ସକାଳେ ଏହାକୁ ପିଅନ୍ତୁ।
ମହୁ ସହ ରସୁଣ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଅଳ୍ପ କିଛି ରସୁଣକୁ ମହୁ ସହ ମିଶାଇ କିଛି ସମୟ ରଖି ଦିଅନ୍ତୁ। ଏହା ପରେ ଏହାକୁ ଖାଆନ୍ତୁ।
ଏକ ଗ୍ଲାସ ପାଣିରେ ଲେମ୍ବୁ ରସ ଓ ରସୁଣକୁ କୋରି ଏହାକୁ ମିଶାଇ ଖାଲି ପେଟରେ ପିଅନ୍ତୁ।



