www.samajalive.in
Friday, December 12, 2025
15.1 C
Bhubaneswar

ଘୁଙ୍ଗୁଡି ସମସ୍ୟାରୁ ମିଳିବ ମୁକ୍ତି

ଅନେକ ଲୋକଙ୍କର ରାତିରେ ହେଉ ଅଥବା ଦିନରେ ଶୋଇଥିବା ସମୟରେ ଘୁଙ୍ଗୁଡି ମାରିବା ଅଭ୍ୟାସ। ତେବେ ଏଭଳି ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଖାଦ୍ୟ-ପାନୀୟରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ତେବେ ଆସନ୍ତୁ ସେହି ଖାଦ୍ୟ-ପାନୀୟ ବିଷୟରେ ଜାଣିବା ଯାହା ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ଦେବ ।
ମାଛ: ଯଦି ଆପଣ ଆମିଷ ଖାଇବାକୁ ପସନ୍ଦ କରନ୍ତି ତେବେ ମାଂସ ବଦଳରେ ମାଛ ଖାଆନ୍ତୁ । ଏହା ଦ୍ବାରା ଶରୀରକୁ ଫ୍ୟାଟି ଏସିଡ୍ ମିଳିଥାଏ । ଏହା ସହ ଘୁଙ୍ଗୁଡି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ସୋୟା ମିଲ୍କ: ଘୁଙ୍ଗୁଡି ଦୂର କରିବାରେ ସୋୟା ମିଲ୍କ ବହୁତ ଲାଭଦାୟକ ଅଟେ । ଏଲର୍ଜି କାରଣରୁ ନାକ ବନ୍ଦ ହେବା ସହ କୁଣ୍ଡେଇ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇଁ ସୋୟା ମିଲ୍କ ସାହାର୍ୟ୍ୟ କରିଥାଏ ।
ହଳଦୀ: ହଳଦୀରେ ଥିବା ପୋଷକ ତତ୍ବ ନିଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ଦୂର କରିବା ସହ ଘୁଙ୍ଗୁଡି ମାରିବା ମଧ୍ୟ କମ୍ କରିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ଦୁଇ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ ।
ମହୁ: ମହୁ ସେବନ ଦ୍ବାରା ଘୁଙ୍ଗୁଡି ମାରିବା ସମସ୍ୟା ଦୂର ହୋଇଥାଏ । ଶୋଇବା ପୂର୍ବରୁ ଚା’ ହେଉ ଅବା ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ ଲାଭ ମିଳିବ ।
ଅଲିଭ ତେଲ: ଘିଅ, ଲହୁଣି ବା ଅନ୍ୟ କ୍ୟାଲୋରିଯୁକ୍ତ ତେଲ ଅପେକ୍ଷା ଅଲିଭ୍ ତେଲ ସେବନ କରିବା ଲାଭକାରୀ ଅଟେ । ଏହା ଦ୍ବାରା ହୃଦଘାତ ସମସ୍ୟା ଦୂର ହେବା ସହ ଘୁଙ୍ଗୁଡି ମାରିବା କମ୍ ହୋଇଥାଏ ।
ପିଆଜ: ପିଆଜର କଡା ବାସ୍ନା ଯୋଗୁଁ ବନ୍ଦ ନାକ ଖୋଲିଥାଏ । ଯାହା ଦ୍ବାରା ଘୁଙ୍ଗୁଡି ମଧ୍ୟ କମ୍ ହୋଇଥାଏ ।
ପୁଦିନା ପତ୍ର: ପୁଦିନା ପତ୍ର ସେବନ ଦ୍ବାରା ନିଶ୍ବାସ ପ୍ରଶ୍ବାସ ନେବାରେ ସହଜ ହୋଇଥାଏ । ପୁଦିନା ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ କୁଳିକୁଚା କରିବା ଦ୍ବାରା ଘୁଙ୍ଗୁଡିରୁ ଆରମ ମିଳିଥାଏ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories