www.samajalive.in
Monday, December 15, 2025
26.1 C
Bhubaneswar

ବିଶିଷ୍ଟ ସମାଜସେବୀ ନନ୍ଦ କୁମାର ମହାପାତ୍ର ପାଇବେ ‘ଗାନ୍ଧୀ ଗୌରବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ଦ୍ୱିତୀୟ ‘ଗାନ୍ଧୀ ଗୌରବ ସମ୍ମାନ’ ନନ୍ଦ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯିବ। ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା ସମବାୟ କ୍ଷେତ୍ରରେ ଦୀର୍ଘ ୬୦ ବର୍ଷ ଧରି କାର୍ଯ୍ୟ କରିଥିବା ଶରତ ଚନ୍ଦ୍ର ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ଏବଂ ବାରିପଦାରେ ଉତ୍କଳମଣି ବିଏଡ କଲେଜର ପ୍ରତିଷ୍ଠାତା ନନ୍ଦ କୁମାର ମହାପାତ୍ରଙ୍କୁ ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ କରାଯିବ ବୋଲି ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।
ଡ.ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶ୍ରୀ ମହାପାତ୍ରଙ୍କ ନାମ ସୁପାରିଶ କରିଛନ୍ତି।

 

- Advertisement -

ସଂଗ୍ରାମୀ ସ୍ୱର୍ଗତ ପ୍ରଧାନଙ୍କ ଦ୍ୱାରା ଗଠିତ ଏହି ଟ୍ରଷ୍ଟର ବାର୍ଷିକ ଉତ୍ସବ ତଥା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୭ତମ ଜୟନ୍ତୀ ଉତ୍ସବ ଚଳିତ ମାସ ୨୮ ତାରିଖରେ ଭୁବନେଶ୍ୱର ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ହେବ। ଏହି ଅବସରରେ କୋଳଥିଆସ୍ଥିତ ସ୍ମୃତିବନଠାରେ ସ୍ମୃତି ବୃକ୍ଷରେ ବନ୍ଦାପନା ହେବ ଓ ନହରକଣ୍ଟାସ୍ଥିତ ଶିଶୁ ଆଶ୍ରମର ଅନ୍ତେବାସୀମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡ. ବୁଦ୍ଧଦେବ ମିଶ୍ର ପ୍ରକାଶ କରିଥିଲେ। ଆଜିର ବୈଠକରେ ଡ. ସୌରେନ୍ଦ୍ର କୁମାର ମହାପାତ୍ର, ଡ.ବଦ୍ରୀନାଥ ପଟ୍ଟନାୟକ, ସୀତାବଲ୍ଲଭ ମହାପାତ୍ର, ଦେବଜାନୀ ରାୟ, ବରୁଣ ରାଜ ଓ ପୁଷ୍ପରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories