www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ତଃରାଜ୍ୟକୁ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ ; ୨ ଗିରଫ

ନବରଙ୍ଗପୁର : ଉତ୍ତରପ୍ରଦେଶକୁ କୋରାପୁଟ ଜିଲ୍ଲାର ପ।ଡୁଆରୁ କଳାହାଣ୍ଡି ଦେଇ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ହାତରେ ଧରା ପଡିଛି । ଡ଼ଙ୍ଗରଭେଜା ଫାଣ୍ଡି ନିକଟରୁ ଗଞ୍ଜେଇ ବୋଝେଇ ପିକପ ଭ୍ୟାନକୁ ଜବତ କରାଯାଇଛି।
ନନ୍ଦାହାଣ୍ଡି ସୀମାନ୍ତ ବ୍ଲକ ହୋଇଥିବାବେଳେ ଏହି ବ୍ଲକକୁ ଲାଗି କଳାହାଣ୍ଡି , ରାୟଗଡ଼ା , କୋରାପୁଟ ଜିଲ୍ଲା ସୀମା ରହିଛି । ସୀମାନ୍ତରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଲାଗି ରହିଥିବାରୁ ଚୋରା ବେପାରୀଙ୍କ ନିତିଦିନିଆ ରାସ୍ତା ପାଲଟିଛି । କେତେବେଳେ ବାଘ ଚମଡ଼ା ବେପାରି ତ କେତେବେଳେ ଚୋରା ବନ୍ଧୁକ କାରବାର ସାଙ୍ଗକୁ ଗଞ୍ଜେଇ ମାଫିଆଙ୍କୁ ଧରୁଛନ୍ତି ନବରଙ୍ଗପୁର ପୁଲିସ ।ସେହିପରି ନବରଙ୍ଗପୁର ଥାନା ପୁଲିସ କୌଣସି ଏକ ସୂତ୍ରରୁ ଖବର ପାଇ ଟିମ୍ କରି ନନ୍ଦାହାଣ୍ଡି ଅଞ୍ଚଳରେ ଜଗି ରହି ସେହି ସମୟରେ ପିକପ ଭ୍ୟାନକୁ କାବୁ କରିଥିଲେ । ଏହି ଗାଡ଼ିରେ ଥିବା ଦୁଇଜଣଙ୍କୁ ମଧ୍ୟ ଧରି ଡଙ୍ଗରଭେଜା ଫାଣ୍ଡି ଆଣି ଥିଲେ ।ଭ୍ୟାନରେ ମୋଟ ୮ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ରହିଥିବା ଜଣା ପଡିଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନବରଙ୍ଗପୁର ପୁଲିସ ପକ୍ଷରୁ କୁହାଯାଇଛି । କଳାହାଣ୍ଡି ଜିଲା ଆମ୍ଭପଡା ଗାଁର ଡମ୍ବରୁଧର ଗିରି ଓ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କ।ଦମାଳି ଗାଁର ରଘୁ ଶାନ୍ତ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ଓ ଗାଡ଼ି ଜବତ କର।ଯାଇଛି । ଏନେଇ ସମସ୍ତ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମଦ ସୂଚନା ଦେଇଛନ୍ତି।

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories