www.samajalive.in
Sunday, December 14, 2025
23.1 C
Bhubaneswar

ଜମିଜମା ବିବାଦକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୧୧ ଗୁରୁତର, ୧୩ ଆହତ

ମୋହନା: ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଓ ବାଘମାରୀ ପଞ୍ଚାୟତ ଅଧିନ ବିଜିପୁର (ଖ୍ରୀଷ୍ଟିଆନ ପାଣ) ଗ୍ରାମବାସୀଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇ ଶେଷରେ ଧାରୁଆ ଅସ୍ତରେ ହଣାହଣି ପର୍ଯ୍ୟନ୍ତ କଥା ଯାଇଛି। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ସଂଘର୍ଷରେ ୨୨ଜଣ ଖଣ୍ଡିଆ ଖାବରା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାହାଡାପଦା ଗ୍ରାମର କନ୍ଧୁଣି ମହାଙ୍କୁଡ(୫୫), ଶ୍ରୀମତୀ ଗୌଡ(୪୨), ତାରିଣୀ ଦଳେଇ(୪୫), ମାଣିକ କାର୍ଯୀ ଆହତ ହୋଇଥିବା ବେଳେ ବିଜିପୁର ଗ୍ରାମର ଜିବୀନା ବୀର (୫୦), ଅନୁରି ଲିମା (୪୮), ମାଥ୍ୟୁ ବୀର, ସୃଷ୍ଟି ବୀର, ସିରିଏଲ ସିଂ, ଯୋଶେଫ ସିଂ (୩୮), ହାରଦାର ସିଂ (୫୦) ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର ଆହତମାନଙ୍କର ମୁଣ୍ଡ, ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଉଭୟ ଗୋଷ୍ଠୀର ୧୭ ଜଣ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଲ୍ଲାସ ରାଉତ, ଡା.ଜୟଜ୍ୟୋତି ବିଶ୍ଵାଳ, ଡା.ଏନ.ଜୟପ୍ରକାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଚିକିସ୍ଥିତ ହେଉଛନ୍ତି।

ସୂଚନା ଯୋଗ୍ୟ, ବାଘମାରୀ ପଞ୍ଚାୟତ ଅଧିନ ଶିକୁଳିପଦର ଗାଁର ଖ୍ରୀଷ୍ଟିଆନ ସାହି ମଧ୍ୟରେ ଗତ କିଛି ବର୍ଷ ପୂର୍ବେ ଗଣ୍ଡଗୋଳ ହେବାରୁ ଗୋଟିଏ ସାହିର ଲୋକମାନେ ବାହାଡାପଦା ଗ୍ରାମ ଲୋକଙ୍କ ଜାଗା (ବିଜିପୁର )ଠାରେ ଘର କରି ରହିବା ପାଇଁ ଅନୁରୋଧ କରିବାରୁ ଗ୍ରାମବାସୀ କିଛି ଜାଗା ସେମାନଙ୍କୁ ଦେଇଥିଲେ। କିନ୍ତୁ ପ୍ରତ୍ୟେକ ବର୍ଷ ବାହାଡାପଦା ଲୋକଙ୍କ ଜମି ବିଜିପୁରର ଖ୍ରୀଷ୍ଟିଆନ ଲୋକେ ଅଧିକ ଜମି ଅକ୍ତିଆର କରିବାରେ ଲାଗିଲେ। ଏ ସଂପର୍କରେ ବାହାଡ଼ାପଦା ଗ୍ରାମବାସୀ ପୂର୍ବରୁ ତହସିଲଦାରଙ୍କୁ ଓ ଥାନାକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିବା କହିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories