www.samajalive.in
Friday, December 12, 2025
14.1 C
Bhubaneswar

ଶନିବାର : ନୀଳ ରଙ୍ଗର ଫଳ ଓ ପନିପରିବାର ଅଧିକ ପ୍ରୟୋଗ କରନ୍ତୁ

ଶାସ୍ତ୍ରରେ ଖାଦ୍ୟ ଖାଇବାର ଅଭ୍ୟାସ , ସାପ୍ତାହିକ ଭୋଜନ ବିଷୟରେ ବର୍ଣ୍ଣନା କରାଯାଇଛି। ସଭିଁଙ୍କ ଭୋଜନର ଅଭ୍ୟାସ ପାଇଁ କିଛି ନିୟମ ରହିଛି।ଜାଣନ୍ତୁ ବାର ଅନୁଯାୟୀ ଖାଦ୍ୟରେ ସାମିଲ କରନ୍ତୁ ଏହି ଫଳ , ପନିପରିବା ମିଳିବ ଶୁଭଫଳ…..
ରବିବାର – ରବିବାର ସୂର୍ୟ୍ୟଙ୍କୁ ସମର୍ପିତ। ସୂର୍ୟ୍ୟଦେବତାଙ୍କୁ ଲାଲ ରଙ୍ଗର ଜିନିଷ ଅଧିକ ପ୍ରିୟ। ତେଣୁ ଏହି ଦିନ ଆପଣ ଭୋଜନରେ ଲାଲରଙ୍ଗର ଫଳ, ପନିବରିବା, ଡ଼ାଲି ଆଦି ସାମିଲ କରନ୍ତୁ। ଯେପରି ଫଳରେ ସେଓ, ଡ଼ାଳିମ୍ବ, ପନିପରିବାରେ ଟମାଟୋ, ଗାଜର, ବିଟ୍‍ , ଡ଼ାଲିରେ ମସୁର, ରାଜମା ଆଦି। ଏସବୁ ଚେଷ୍ଟା ଅନୁଯାୟୀ ସକାଳ ଓ ଖରାବେଳର ଭୋଜନରେ ହିଁ ସାମିଲ କରନ୍ତୁ।
ସୋମବାର – ସୋମବାରକୁ ଚନ୍ଦ୍ରମାଙ୍କ ଦିନ ବୋଲି କୁହାଯାଏ। ଏହିଦିନ ଧଳା ରଙ୍ଗର ଜିନିଷ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଫଳରେ କଦଳୀ, ଅଙ୍ଗୁର, ପରିବାରେ ଆଳୁ, ଫୁଲକୋବି, ଭାତ, ଦହି ଖିରି, ବିରି ଡ଼ାଲି ଇତ୍ୟାଦି।
ମଙ୍ଗଳବାର – ମଙ୍ଗଳବାର ମଧ୍ୟ ରବିବାର ବାର ଭଳି ଲାଲ ରଙ୍ଗର ଫଳ ଓ ପନିପରିବା ସେବନ କରନ୍ତୁ।
ବୁଧବାର – ଏହି ଦିନ ଫଳ ଓ ପନିପରିବାରେ ସବୁଜ ରଙ୍ଗର ଅଧିକ ପ୍ରୟୋଗ କରନ୍ତୁ। ଲାଉ , ଭେଣ୍ଢି, କାକୁଡ଼ି, ପଣସ, ପିଜୁଳି, ମୌସମୀ, ତରଭୂଜ ଏହାସହ ମୁଗଡ଼ାଲି ମଧ୍ୟ ଖାଇପାରିବେ।
ଗୁରୁବାର – ଏହି ଦିନ ଅଧିକାଂଶ ହଳଦିଆ ରଙ୍ଗର ଫଳ ଓ ପନିପରିବାର ବ୍ୟବହାର କରନ୍ତୁ। ଫଳରେ କମଳା, କଦଳୀ, ପାଚିଲା ଅମୃତଭଣ୍ଡା, ଏହାସହ ଡ଼ାଲି ରେ ବୁଟ ଡ଼ାଲି, ଖେଚେଡ଼ି ଆଦି ସାମିଲ କରନ୍ତୁ।
ଶୁକ୍ରବାର – ଏହି ଦିନ ଧଳା ରଙ୍ଗ ଫଳ ଓ ପନିପରିବାର ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଖିରି, ଭାତ, କୋବି, ପନୀର, ବିରି ଡ଼ାଲି ଆଦି।
ଶନିବାର – ଏହିବାରରେ କଳା ଅଥବା ନୀଳ ରଙ୍ଗର ଫଳ ଓ ପନିପରିବାର ଅଧିକ ପ୍ରୟୋଗ କରନ୍ତୁ। ଯେପରି ବାଇଗଣ, କଳା ବିରି ଡ଼ାଲି, ଚଣା ଡ଼ାଲି ଆଦିର ବ୍ୟବହାର କରନ୍ତୁ।

 

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories