କରୋନା; ୫ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତକିଛି ଦିନ ହେବ ଦେଶରେ କରୋନା ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି । ତେଲେଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଲେଖି ସତର୍କ ରାଯାଇଥିବା ଜଣାପଡ଼ିଛି । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ସହରକାର ଏଥିପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ର ସହରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଗତ ୩ ମାସ ପରେ ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।
ଦୈନିକ ସଂକ୍ରମଣ ମାମଲା ୪ ହଜାର ଉପରେ ଚିହ୍ନଟ ହେଉଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସବୁ ରାଜ୍ୟ କ୍ଲଷ୍ଟର ଯାଞ୍ଚ କରିବାର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତେଲେଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳ ରାଜ୍ୟର ସହରକାରଙ୍କୁ ଚିଠି ଲେଖି କ୍ଲଷ୍ଟର ଯାଞ୍ଚ କରିବାକୁ କେନ୍ଦ୍ର ନିର୍ଦେଶ ଦେଇଛି ।
Comments are closed.