www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ରାହକଙ୍କ ପାଇଁ ଖୁସି ଖବର; ବଜାରକୁ ଆସୁଛି ଇ-ଆକ୍ଟିଭା !

ନୂଆଦିଲ୍ଲୀ: ବଜାରରେ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ମଡେଲରେ ବୈଦ୍ୟୁତିକ ସ୍କୁଟର ବଜାରକୁ ଛାଡ଼ିଲେଣି । ଓଲା, ହୋର୍ୱିନ୍‌, ଅଭେରା ଓ କୋମାକି ପରି ଅନେକ କମ୍ପାନୀ ସୁନ୍ଦର ସୁନ୍ଦର ଇ-ସ୍କୁଟର ବଜାରକୁ ଛାଡ଼ିଛନ୍ତି । ଏହାରି ଭିତରେ ଆପଣଙ୍କ ଅତି ପ୍ରିୟ ଅଟୋମୋବାଇଲ୍‌ କମ୍ପାନୀ ହୋଣ୍ଡା ଆପଣଙ୍କୁ ଏକ ଖୁସିର ଖବର ଦେବାକୁ ଯାଉଛି । କାରଣ ଦେଶରେ ସବୁଠାରୁ ଅତି ଲୋକପ୍ରିୟ ସ୍କୁଟର ହୋଣ୍ଡା ଆକ୍ଟିଭା ବୈଦ୍ୟୁତିକ ଯାନର ରୂପ ନେଇପାରେ । ଏନେଇ କମ୍ପାନୀ ପକ୍ଷରୁ ସେପରି କୌଣସି ସ୍ପଷ୍ଟ ବିବୃତି ଦିଆଯାଇନଥିବା ବେଳେ ହୋଣ୍ଡା ଆକ୍ଟିଭାର ଇ-ସ୍କୁଟର ଆସିବା ନେଇ ଶୁଣିବାକୁ ମିଳୁଛି ।

କୁହାଯାଉଛି କି, ଭାରତୀୟ ବଜାରରେ ଆକ୍ଟିଭାର ଚାହିଦା ବେଶ୍‌ ଭଲ ରହିଛି । ହେଲେ ହୋଣ୍ଡାର କୌଣସି ବୈଦ୍ୟୁତିକ ଯାନ ଭାରତ ବଜାରରେ ନାହିଁ । ତେଣୁ ଆକ୍ଟିଭାକୁ ବୈଦ୍ୟୁତିକ ସ୍କୁଟର ରୂପ ଦେଇପାରେ କମ୍ପାନୀ । ସୂଚନା ମୁତାବକ ହୋଣ୍ଡା କମ୍ପାନୀ ଆକ୍ଟିଭାରେ ବ୍ୟବହାର କରୁଥିବା ମୋଟର ଓ ବ୍ୟାଟେରୀ ପ୍ୟାକ୍‌ ମିଶ୍ରଣ ଗ୍ରାହକଙ୍କୁ ଭଲ ମାଇଲେଜ ଦେବ । ପ୍ରାୟ ୨ଶହ କିମିଯାଏ ଯାଇପାରିବ ଏହି ସ୍କୁଟର ଆକ୍ଟିଭା । ଏଥିସହ ହୋଣ୍ଡା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ ବା ଏଚପିସିଏଲ ସହିତ ମିଶି ଇନ୍ଧନ ପମ୍ପରେ ବ୍ୟାଟେରୀ ସ୍ୱାପିଂ ଷ୍ଟେସନର ଏକ ନେଟୱାର୍କ ପ୍ରତିଷ୍ଠା କରିଛି । ଯାହାକୁ ଦେଖିଲେ ଅନୁମାନ କରାଯାଏ ନିଶ୍ଚୟ ଆଗକୁ ହଣ୍ଡା ବୈଦ୍ୟୁତି ଯାନ ବଜାରକୁ ଛାଡ଼ିବ ।

- Advertisement -

ଅଟୋମୋବାଇଲ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ହୋଣ୍ଡାର ଇ-ଆକ୍ଟିଭା ବଜାରକୁ ଆସେ ତେବେ ବଜାରରେ ତାର ଚାହିଦା ବେଶ୍‌ ଭଲ ରହିବ । ଯେହେତୁ ଏହା ଆଶିବା ​‌ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ତେଣୁ ଏହାର ଦାମ୍‌ କେତେ ରହିବ ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଅନୁମାନ ଅନୁସାରେ ଏହି ନୂତନ ଇ-ଆକ୍ଟିଭାର ଦାମ୍‌ ଏକ ଲକ୍ଷ ଟଙ୍କା ରଖାଯିବା ନେଇ ଆଶଙ୍କା କରାଯାଉଛି । ହେଲେ ସବୁଠାରୁ ବଡ଼ କଥା ଜାଣିରଖନ୍ତୁ ହଣ୍ଡା ଇ-ଆକ୍ଟିଭା ବଜାରକୁ ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ କି କମ୍ପାନୀ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories