www.samajalive.in
Monday, December 8, 2025
14.1 C
Bhubaneswar

ପୁଣି ସଂକ୍ରମଣ ବୃଦ୍ଧି ; ଫେରିଲା କଟକଣା,ବିମାନରେ ମାସ୍କ ନପିନ୍ଧିଲେ ହେବ ଜରିମାନା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ପ୍ରାୟ ତିନି ମାସ ପରେ ପୁଣି ୪୦୦୦ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୪୦୪୧ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର, କେରଳ, ଦିଲ୍ଲୀରେ ପୁଣି ଥରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ସକ୍ରିୟ ମାମଲା ୨୧,୧୭୭କୁ ବୃଦ୍ଧି ପାଇଛି। ଏହି ସମୟରେ କରୋନା କଟକଣା ଅନୁଯାୟୀ, ବିମାନବନ୍ଦର ଏବଂ ବିମାନରେ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀ ହାଇକୋର୍ଟ ବିମାନବନ୍ଦର ଓ ବିମାନରେ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ନପିନ୍ଧୁଥିବା ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଉନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ମହାମାରୀ ବର୍ତ୍ତମାନ ଯାଇ ନାହିଁ। ଏହା ପୁଣି ଉପରମୁହାଁ ହୋଇପାରେ। ନିୟମର ଉଲ୍ଲଙ୍ଘନ କଲେ ଜରିମାନା ଦେବା ସହ ସେଭଳି ଯାତ୍ରୀଙ୍କୁ ବିମାନରେ ଯାତ୍ରା ପାଇଁ ରୋକ୍‍ ଲଗାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ମିଳିଥିବା ସୂଚନାନୁଯାୟୀ ଦୈନିକ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି। ଦେଶରେ ୨୪ ଘଣ୍ଟାରେ କରୋନା କାରଣରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩,୧୬୮,୫୮୫ ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟ ୫,୨୪,୬୫୧ କୁ ବୃଦ୍ଧି ପାଇଛି।
ଗୁରୁବାର ଦିନ ଦେଶରେ କରୋନା ମାମଲା ୩୫.୨ ପ୍ରତିଶତ ବୃଦ୍ଧି ପାଇଛି। ଗୁରୁବାର ପୂର୍ବାହ୍ନରେ ସୁଦ୍ଧା ୩,୭୧୨ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋଭିଡର ଏହି ନୂଆ ମାମଲା କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ଏବଂ କର୍ଣ୍ଣାଟକରେ ଦେଖିବାକୁ ମିଳୁଛି। କେବଳ ଏହି ପାଞ୍ଚଟି ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ନୂତନ ମାମଲା ଦେଖିବାକୁ ମିଳିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories