www.samajalive.in
Thursday, December 11, 2025
16.1 C
Bhubaneswar

ଆନନ୍ଦପୁର କଲେଜରେ ବୋମାମାଡ଼

ଆନନ୍ଦପୁର : ଆଗାମୀ ୧୧ତାରିଖରେ ଆନନ୍ଦପୁର କଲେଜ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ କଲେଜର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବୋମାମାଡ଼ ହେବା ଯୋଗୁଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ଘଟଣା ସମ୍ପର୍କରେ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ଆନନ୍ଦପୁର ଏସ୍‍ଡିପିଓ ମହେଶ୍ୱର ସେଠୀ ଓ ଆନନ୍ଦପୁର ଆଇଆଇସିଙ୍କ ଉପସ୍ଥିତିରେ ଆଶାୟୀ ଛାତ୍ରଛାତ୍ରୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖାଯାଇଛି। ଛାତ୍ରସଂସଦ ନିର୍ବାଚନ ନେଇ ଆନନ୍ଦପୁର ମହାବିଦ୍ୟାଳୟରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଗତକାଲି ରାତି ୧୨ଟା ପରେ  କେହି ଦୁର୍ବୃତ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବୋମାମାଡ଼ କରିଛି। ବୋମାମାଡ଼ ଦ୍ୱାରା ବିଶେଷ କିଛି ଧନଜୀବନ ହାନି ହୋଇ ନଥିଲେ ମଧ୍ୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଝରକା ଭାଙ୍ଗି ପଡ଼ିବା ସହ ସାମାନ୍ୟ
କ୍ଷୟକ୍ଷତି ହୋଇଛି। ତେବେ ଏଥିରେ ଧନଜୀବନ ଉପରେ ବିଶେଷ କିଛି ପ୍ରଭାବ ପଡ଼ିନାହିଁ। ଏ ସଂକ୍ରାନ୍ତରେ ଆନନ୍ଦପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ନାୟକ ଆନନ୍ଦପୁର ଥାନାରେ ଲିଖିତ ଭାବେ ଜଣାଇବା ପରେ ସେଠାରେ କ୍ରମଶଃ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟେ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ଏବଂ ନିଜେ ଆନନ୍ଦପୁର ଏସ୍‍ଡ଼ିପିଓ ମହେଶ୍ୱର ସେଠୀ ଓ ଆନନ୍ଦପୁର ଥାନା ଆଇଆଇସି ଆନନ୍ଦପୁର କଲେଜରେ ଉପସ୍ଥିତ ରହିବା ଅବସ୍ଥାରେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର କଡ଼ା ସୁରକ୍ଷା ମଧ୍ୟରେ ଦାଖଲ କରିଥିବା ଦେଖିବାକୁ ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories